News7 Logo

ପୋଲାଣ୍ଡରେ ଅନୁପ୍ରବେଶ ପରେ ଫିନଲାଣ୍ଡକୁ ରୁଷ୍‌ର ନାଲି ଆଖି , ଏକ ନୂଆ ‘ମ୍ୟାନରହାଇମ୍‌ ଲାଇନ୍‌’ ନିର୍ମାଣ କରିବାକୁ ଦେଲା ଧମକ

NEWS7
-

ନୂଆଦିଲ୍ଲୀ – ପୋଲାଣ୍ଡ ଅଞ୍ଚଳରେ ରୁଷୀୟ ଡ୍ରୋନର ଅନୁପ୍ରବେଶ ପରେ, ରୁଷ୍‌ର ବୈଦେଶିକ ମନ୍ତ୍ରଣାଳୟ ନୋର୍ଡିକ୍ ଦେଶ ଫିନଲାଣ୍ଡକୁ ଧମକ ଦେଇଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ରୁଷ୍‌ର ବୈଦେଶିକ ମନ୍ତ୍ରଣାଳୟ , ପୁଟିନଙ୍କ ଅନୁଗତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଡିମିତ୍ରୀ ମେଦଭେଦେବଙ୍କୁ ଫିନଲାଣ୍ଡକୁ “ ଏକ ନୂତନ ମାନରହାଇମ୍‌ ରେଖା” ନିର୍ମାଣ କରିବାକୁ ଚେତାବନୀ ଦେଇଥିବା ଉଦ୍ଧୃତି ଦେଇଥିଲା, ଯାହା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ସୋଭିଏତ୍‌ ରୁଷ୍‌ ବିରୋଧରେ ନିର୍ମିତ ଏକ ପ୍ରତିରକ୍ଷା ଦୁର୍ଗ ଥିଲା।

ଉକ୍ତ ଘଟଣା ୨୦ଟି ରୁଷୀୟ ଡ୍ରୋନ୍‌ର ପୋଲାଣ୍ଡ ଅଞ୍ଚଳରେ ଅନୁପ୍ରବେଶର ଠିକ୍ ଗୋଟିଏ ଦିନ ପରେ ହୋଇଛି, ଯେଉଁଥି ପାଇଁ ପୋଲାଣ୍ଡକୁ ନିଜର ବିମାନ କ୍ଷେତ୍ର ବନ୍ଦ କରିବାକୁ ପଡ଼ିଛି। ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏହି ସ୍ଥିତିକୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପର ଠାରୁ ସଶକ୍ତ ସଂଘର୍ଷର ସବୁଠୁ ନିକଟତର ଭାବେ ଦର୍ଶାଇଛନ୍ତି।

After incursion in Poland Russia threatens Finland about "building a new ‘Mannerheim Line'”​​​​​​​

ଏକ ଦୀର୍ଘ ଟେଲିଗ୍ରାମ୍‌ ଲିଙ୍କ୍‌ ସହ ସେୟାର କରାଯାଇ ଥିବା ଏକ ପୋଷ୍ଟରେ, ରୁଷ୍ ଫିନଲ୍ୟାଣ୍ଡରେ ସୋଭିଏତ୍‌ ସଂଘ ବିରୋଧରେ ‘ ନରସଂହାର ଓ ଯୁଦ୍ଧ ଅପରାଧ’ କରିବାକୁ ଅଭିଯୋଗ କରିଥିଲା ଏବଂ ଏହାକୁ ‘ ନାଜି ଜର୍ମାନୀର ସାଟେଲାଇଟ୍‌’ ହେବାର ଦୋଷୀ କରାଇ ଥିଲା। ସେ ଫିନଲାଣ୍ଡର ନାଟୋର ଅଂଶ ବିଶେଷ ହେବା ନେଇ ମଧ୍ୟ ଅସନ୍ତୋଷ ବ୍ଯକ୍ତି  କରିଥିଲା।

ରୁଷ୍‌ ଫିନଲାଣ୍ଡକୁ ଚେତାବନୀ ଦେଇଛି ଯେ ରୁଷ୍‌ ସହ ମୁକାବିଲା ଫିନଲାଣ୍ଡକୁ ରାଷ୍ଟ୍ରର ପତନର କାରଣ ସାଜିବ। ମେଦଭେଦେବ କହିଥିଲେ ୧୯୪୪ର ବିପରୀତ ଏହି ଥର କେବି ବି ତାଙ୍କ ପ୍ରତି ନରମ ଆଭିମୁଖ୍ୟ ଆପଣାଇବେ ନାହିଁ ।“ ଯେମିତି କୁହାଯାଏ , ‘ସୀତା ସା , ମିଟା ତିଲା ’-ଯାହା ମାଗୁଛ , ତାହା ମିଳିଥାଏ । “

ରୁଷ୍‌ରୁ ହେଉଥିବା ପ୍ରବାସକୁ ରୋକିବା ପାଇଁ ଫିନଲାଣ୍ଡ ୨୦୨୩ରେ ନିଜର ପୂର୍ବ ସୀମାରେ ୨୦୦ କିଲୋମିଟର ଲମ୍ୱର ସୀମା ବାଡ଼ ନିର୍ମାଣ କରୁଛି । ମେ ୨୦୨୫ ସୁଦ୍ଧା, ସେ ୪.୫ ମିଟର ଉଚ୍ଚ ବିଶିଷ୍ଟ ବାଡ଼ର ୩୫ କିଲୋମିଟର ଭାଗ ପୂରଣ କରିନେଇ ଥିଲା। ଫିନଲ୍ୟାଣ୍ଡକୁ ପ୍ରଥମେ ବି ଏହି ନିର୍ମାଣକୁ ନେଇ ରୁଷ୍‌ର କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ରୁଷ୍ ଦ୍ୱାରା ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିବା ପରେ , ଫିନଲାଣ୍ଡ୨୦୨୩ ରେ ନାଟୋରେ ସାମିଲ ହୋଇଥିଲା।।