ନୂଆଦିଲ୍ଲୀ ୦୬/୧୧: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା । ଆମେରିକା ପରେ ଏବେ ଋଷ କରିବ ପରମାଣୁ ପରୀକ୍ଷଣ । ତାଙ୍କ ଅଧିକାରୀମାନଙ୍କୁ ପରମାଣୁ ଅସ୍ତ୍ର ପରୀକ୍ଷଣ ପୁନଃ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଟୀନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି । 

ପୁଟିନ କହିଛନ୍ତି ଯେ ଋଷ ସର୍ବଦା ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ଚୁକ୍ତି (CTBT) ପାଳନ କରିଛି । ଯାହା ପରମାଣୁ ପରୀକ୍ଷଣ ନିଷେଧ କରୁଥିବା ଏକ ଅନ୍ତର୍ଜାତୀୟ ଚୁକ୍ତି । ତଥାପି, ଯଦି ଆମେରିକା କିମ୍ବା ଅନ୍ୟ କୌଣସି ପରମାଣୁ ଶକ୍ତି ପରୀକ୍ଷଣ କରନ୍ତି । ତେବେ ଋଷ ମଧ୍ୟ ସେହିପରି କରିବ। ପୁଟିନ ଏହାକୁ ଏକ ଗମ୍ଭୀର ଜାତୀୟ ସୁରକ୍ଷା ସମସ୍ୟା ଭାବରେ ବର୍ଣ୍ଣନା କରିଛନ୍ତି।

ଋଷ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଡ୍ରେ ବେଲୌସୋଭ ପୁଟିନଙ୍କୁ ସୂଚନା ଦେଇଛନ୍ତି ଯେ ଆମେରିକା ଗତ କିଛି ଦିନ ଧରି ତାର ପରମାଣୁ କ୍ଷମତା ବୃଦ୍ଧି କରୁଛି। ସେ କହିଛନ୍ତି ଯେ ଏହି ପରିସ୍ଥିତିରେ, ଋଷ ପାଇଁ ତୁରନ୍ତ ପୂର୍ଣ୍ଣ ସ୍ତରର ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଜରୁରୀ। ବେଲୌସୋଭ ବ୍ୟାଖ୍ୟା କରିଛନ୍ତି ଯେ ରୁଷର ଆର୍କଟିକ୍ କ୍ଷେତ୍ର ନୋଭାୟା ଜେମଲିଆରେ ଥିବା ପରୀକ୍ଷଣ ସ୍ଥାନକୁ ବହୁତ କମ ସମୟ ମଧ୍ୟରେ ପରୀକ୍ଷଣ ପାଇଁ ପ୍ରସ୍ତୁତ କରାଯାଇପାରିବ।

ପୁଟିନ ବୈଦେଶିକ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୁଇନ୍ଦା ସଂସ୍ଥା, ଅନ୍ୟାନ୍ୟ ବିଭାଗକୁ ଆମେରିକାର ଯୋଜନା ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାକୁ, ଏହି ସୂଚନା ବିଶ୍ଳେଷଣ କରିବାକୁ ଓ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଋଷ ସୁରକ୍ଷା ପରିଷଦକୁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ଟ୍ରମ୍ପଙ୍କ ବିବୃତ୍ତି ଅନ୍ତର୍ଜାତୀୟ ପରିସ୍ଥିତିକୁ ଏକ ଗମ୍ଭୀର ଏବଂ ବିପଜ୍ଜନକ ପରିସ୍ଥିତିକୁ ବୃଦ୍ଧି କରିଛି ।

ଯଦି ଆମେରିକା ପରମାଣୁ ପରୀକ୍ଷଣ କରେ, ତେବେ ରୁଷ ତା'ର ଜାତୀୟ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ସମାନ ପଦକ୍ଷେପ ନେବ। ଆମେରିକା ଶେଷ ଥର ପାଇଁ ୧୯୯୨ରେ, ଚୀନ ଏବଂ ଫ୍ରାନ୍ସ ୧୯୯୬ରେ ଏବଂ ସୋଭିଏତ୍ ୟୁନିଅନ୍ ୧୯୯୦ରେ ପରମାଣୁ ପରୀକ୍ଷଣ କରିଥିଲା। ସୋଭିଏତ୍ ୟୁନିଅନ୍ ବିଲୟ ହେବା ପରଠାରୁ ଋଷ କୌଣସି ପରୀକ୍ଷଣ କରିନାହିଁ।