ନୂଆଦିଲ୍ଲୀ ୨୯।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନାରେ ଭାରତର ନିର୍ଭରଯୋଗ୍ୟ ବନ୍ଧୁ ରାଷ୍ଟ୍ର ଋଷିଆ ତାର ଏକ ପଦକ୍ଷେପ ଯୋଗୁ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ଚୀନକୁ ଋଷିଆ ଅତ୍ୟାଧୁନିକ ଏସ-୪୦୦ ବାୟୁ ରକ୍ଷା ପ୍ରଣାଳୀ(ଏୟାର ଡିଫେନ୍ସ ସିଷ୍ଟମ) ଯୋଗାଇ ଦେଇଛି। ସ୍ଥାନୀୟ ନ୍ୟୁଜ୍ ପୋର୍ଟାଲ ‘ଏବିଏନ-୨୪’ ଏହି ସୂଚନା ଦେଇଛି। ଋଷିଆର ଏସ-୪୦୦ ଟ୍ର୍ୟୁମ୍ଫ ଏୟାର ଡିଫେନ୍ସ ସିଷ୍ଟମକୁ ନିଜ ଶ୍ରେଣୀରେ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରଣାଳୀ ଭାବେ ଦେଖାଯାଉଛି।
ଏହି ବାୟୁରକ୍ଷା ପ୍ରଣାଳୀକୁ ଏହାର ବିଶେଷତା ଓ ବିଭିନ୍ନ ପ୍ରକାରର ଏୟାର ଡିଫେନ୍ସ କ୍ଷମତା ପାଇଁ ଜଣାଯାଏ। ୨୦୧୪ ମସିହାରେ ଚୀନ୍ କେତେକ ଏସ-୪୦୦ ଟ୍ର୍ୟୁମ୍ପ କ୍ରୟ କରିବା ଲାଗି ଋଷିଆ ସହ ଚୁକ୍ତି କରିଥିଲା। ସେହି ଅନୁସାରେ ପ୍ରାୟ ୧୧ ବର୍ଷ ପରେ ଋଷିଆ ଚୀନ୍ କୁ ତାର ଅନୁବନ୍ଧ ଅନୁସାରେ ପ୍ରତିରକ୍ଷା ପ୍ରଣାଳୀ ହସ୍ତାନ୍ତର କରିଛି। ଏବିଏନ-୨୪ ରିପୋର୍ଟ ଅନୁସାରେ ଏହି ଡିଲ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି ଓ ଏହାକୁ ଚୀନ-ଋଷିଆ ସାମରିକ ମେଣ୍ଟ ରୂପେ ଦେଖାଯାଉଛି।
ଏହା ଛଡା ଚୀନ୍ ଏହି ପ୍ରତିରକ୍ଷା ପ୍ରଣାଳୀ ହାସଲ କରି ନିଜର ଏୟାର ଡିଫେନ୍ସକୁ ମଜଭୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେର ରୂପେ ଦେଖାଯାଉଛି। ଚୀନକୁ ଋଷିଆ ଏପରି ସମୟରେ ଏହି ଏୟାର ଡିଫେନ୍ସ ସିଷ୍ଟମ ହସ୍ତାନ୍ତରଣ କରିଛି ଯେତେବେଳେ ଭାରତ ଏହାର ବିମାନବାହକ ପୋତ ଆଇଏନଏସ୍ ବିକ୍ରାନ୍ତ ନିମନ୍ତେ ଫ୍ରାନ୍ସ ଠାରୁ ୬୪ ହଜାର କୋଟି ଟଙ୍କା ବିନିମୟରେ ରାଫେଲ ବିମାନର ୨୬ଟି ନୌସେନା ସଂସ୍କରଣ ନିମନ୍ତେ ଏକ ଅନ୍ତରସରକାରୀ ବୁଝାମଣାରେ ସ୍ୱାକ୍ଷର କରିଛି।
ଚୀନ୍ ସାମ୍ବାଦିକଙ୍କ କହିବା କଥା ହେଉଛି ଋଷିଆ ବାୟୁରକ୍ଷା ପ୍ରଣାଳୀ ଉପରେ ଚୀନ୍ ଅତ୍ୟାଧିକ ନିର୍ଭର । ଏହାକୁ ଚୀନ୍ର ଶକ୍ତିଶାଳୀ ବାୟୁରକ୍ଷା ପ୍ରଣାଳୀ ନିର୍ମାଣର ଚାବି ମନେ କରାଯାଉଥିଲା। କାରଣ ଏହି ପ୍ରଣାଳୀ ବାସ୍ତବରେ ଉତ୍କୃଷ୍ଠ ଅସ୍ତ୍ର ତେବେ ଋଷିଆ ଏସ-୪୦୦ ରେ କିଛି ପରିବର୍ତ୍ତନ କରି ଏହାକୁ ଆଶ୍ଚର୍ଯ୍ୟଜନକ କରିଛି, ଯାହା ଦ୍ୱାରା ନିଜ ହୀତର ମଧ୍ୟ ରକ୍ଷା କରିଛି। ତେବେ ଋଷିଆ ନିଜ ଉପକରଣର ସାଧାରଣ ସଂସ୍କରଣ ଦେଇଥିବା ଚୀନ୍ ଅନୁଭବ କରୁଛି।
କାରଣ ଏଥିରୁ କିଛି ଉନ୍ନତ କାର୍ଯ୍ୟପ୍ରଣାଳୀ (କ୍ଷମତା)କୁ ଅଟକାଇ ଦେଇଛି। ଏ କଥାରେ ଚୀନ ଆଶ୍ଚର୍ଯ୍ୟଯେ ଏସ-୪୦୦ ରପ୍ତାନୀ ସଂସ୍କରଣ କେବଳ ପ୍ରମୁଖ ପ୍ରଯୁକ୍ତି ମଧ୍ୟରେ ସୀମିତ । ଚୀନ ସାମ୍ବାଦିକଙ୍କ ଅନୁସାରେ ଏଥିରେ ଋଷିଆ ନିଜର ବୈଷୟିକ ଜ୍ଞାନ କୌଶଳର ରହସ୍ୟକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଛି ଓ ବିଦେଶୀ ସେନାଙ୍କ ସହିତ ନିଜ ସଶସ୍ତ୍ର ବଳର ପ୍ରତିଯୋଗୀତା କ୍ଷମତାକୁ ସୀମିତ କରୁଛି।