LIVE TV

ସକାଳୁ ଭୂକମ୍ପରେ ଥରିଲା ସିମଲା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୨ ରେକର୍ଡ

NEWS7
romario-shepherd-decimates-csk-hits-second-fastest-fifty-in-ipl-history

ନୂଆଦିଲ୍ଲୀ ୩୧।୧୦; ହିମାଚଳ ପ୍ରଦେଶର ସିମଲାରେ ଭୂକମ୍ପ ଝଟକାଶୁକ୍ରବାର ସକାଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଥିଲା। ଭୂକମ୍ପର କେନ୍ଦ୍ର ଭୂମିରୁ ୧୦ କିଲୋମିଟର ତଳେ ଥିଲା। ଏହି ଭୂକମ୍ପ ସ୍ଥାନୀୟ ଲୋକ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି

ପୂର୍ବରୁ, ଅକ୍ଟୋବର ୨୧-୨୨ ରାତିରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ହଠାତ୍ ଭୂକମ୍ପ ଯୋଗୁଁ ଘରେ ଶୋଇଥିବା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଯାଇଥିଲେ। ଭୂକମ୍ପର କେନ୍ଦ୍ର ଭୂମିରୁ ପାଞ୍ଚ କିଲୋମିଟର ତଳେ ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୮ ମାପ କରାଯାଇଥିଲା।

ଲେହରେ ମଧ୍ୟ ଭୂମିକମ୍ପ ଅନୁଭୂତ

ହିମାଚଳ ପ୍ରଦେଶ ସହ ଲେହରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲାଯାହାର ତୀବ୍ରତା ସିମଲା ତୁଳନାରେ ଟିକିଏ ଅଧିକ ଥିଲା। ଏଠାରେ ଭୂକମ୍ପର ତୀବ୍ରତା ୩.୭ ମାପ କରାଯାଇଥିଲା। ଏହି ଭୂକମ୍ପ ଗୁଡ଼ିକ ମୃଦୁ ତୀବ୍ରତାର ଥିଲା। ଲୋକମାନେ ଭୟରେ ଘରୁ ବାହାରକୁ ଆସିଥିଲେ। ତଥାପି, ଏହା ଏକ ଆଶ୍ୱସ୍ତିର କଥା ଯେ କୌଣସି ମୃତାହତର ରିପୋର୍ଟ ହୋଇନାହିଁ।