ହୋଟେଲରେ ଗାର୍ଲଫ୍ରେଣ୍ଡଙ୍କ ସହ ବ୍ୟବସାୟୀ କରୁଥିଲେ ରୋମାନ୍ସ, ପହଞ୍ଚିଗଲେ ସ୍ତ୍ରୀ, ତା’ ପରେ....

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: ବ୍ୟବସାୟୀଙ୍କୁ ଭାରି ପଡ଼ିଲା ପରକୀୟା ପ୍ରୀତି। ଗାର୍ଲଫ୍ରେଣ୍ଡଙ୍କ ସହ ହୋଟେଲରେ କରୁଥିଲେ ପ୍ରେମାଳାପ। ଏତିକିବେଳେ ପହଞ୍ଚିଗଲେ ସ୍ତ୍ରୀ। ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଆରମ୍ଭ କରିଦେଲେ ମାଡ଼ ବର୍ଷା। ଏଭଳି କିଛି ଘଟଣା ଘଟିଛି ଉତ୍ତରାଖଣ୍ଡ ରୁଦ୍ରପରରେ। 

କିଚ୍ଛାର ଜଣେ ବ୍ୟବସାୟୀ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଏକ ଫ୍ଲାଟରେ ଥିବା ସମୟରେ ପହଞ୍ଚିଯାଇଥିଲେ ସ୍ତ୍ରୀ। ଯେତେବେଳେ ଫ୍ଲାଟ୍‌ର କବାଟ ଖୋଲିଥିଲେ ସେତେବେଳେ ତାଙ୍କ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ସହ ଥିଲେ। ଏହା ଦେଖି ମହିଳା ଆଉ ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ। ସମସ୍ତଙ୍କ ସାମ୍‌ନାରେ ନିଜ ସ୍ବାମୀଙ୍କୁ ଦେଇଥିଲେ ମାଡ଼। ଫଳରେ ସେଠାରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟବସାୟୀ ଜଣକ ସ୍ଥାନୀୟ ବ୍ୟବସାୟୀ ସଂଗଠନର ନେତା ମଧ୍ୟ।

ସୂଚନା ପାଇ ସିଡକୁଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ବୁଝାସୁଝା କରିଥିଲା। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମହିଳା ନିଜ ସ୍ବାମୀ ଏବଂ ଅନ୍ୟ ମହିଳାଙ୍କ ବିରୋଧରେ ଏତଲା ଦେଇଛନ୍ତି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ। ସେହିଭଳି ବ୍ୟବସାୟୀ ସଂଗଠନର ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଏଭଳ ଅଭିଯୋଗ ଫଳରେ ସଂଗଠନର ଛବି ଖରାପ ହୋଇଛି। ତେଣୁ ନେତାଙ୍କୁ ନିଲମ୍ବନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.