ସାବଧାନ ! ଗାଡ଼ି ଧୋଇଲେ ଦୁଇ ହଜାର ଟଙ୍କା ଫାଇନ୍

Published By : Prameya-News7 Bureau | May 29, 2024 IST

indiatoday

ନୂଆଦିଲ୍ଲୀ: ପାଣିର ଦୁରୁପଯୋଗ କଲେ ଗଣିବେ ମୋଟା ଅଙ୍କର ଫାଇନ୍। ଗ୍ରୀଷ୍ମ ପ୍ରବାହରେ ଜଳ ସଂକଟ ଯୋଗୁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଜଳ ବୋର୍ଡ ବୁଧବାର ଘୋଷଣା କରି କହିଛି ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଯିଏ ପାଣି ନଷ୍ଟ କରୁଥିବାର ଧରାପଡ଼ିବେ ସେମାନଙ୍କର ୨୦୦୦ ଟଙ୍କା ଚାଲାଣ କଟାଯିବ।  

ଦିଲ୍ଲୀ ଜଳ ବୋର୍ଡର ଘୋଷଣା ଅନୁସାରେ, ପାଣିଟାଙ୍କି ଫୁଲ୍ ହୋଇ ବୋହିଯିବା, କାର ଓ ଅନ୍ୟଗାଡ଼ି ଧୋଇବା, ବାଣିଜ୍ୟିକ ଉଦ୍ଦେଶ୍ୟରେ ହେଉ କିମ୍ବା ନିର୍ମାଣ କାର୍ଯ୍ୟରେ ଘରୋଇ ସପ୍ଲାଏ ପାଣିର ବ୍ୟବହାର କଲେ ୨ ହଜାର ଟଙ୍କା ଫାଇନ୍ କରାଯିବ ବୋଲି ଡିଜେବି କହିଛି। ଉଲ୍ଲଂଘନକାରୀମାନଙ୍କୁ ଧରିବା ପାଇଁ ବୋର୍ଡ ଦିଲ୍ଲୀରେ ୨୦୦ ଟିମ୍ ମୁତୟନ କରିଛି। ସେହିପରି କନଷ୍ଟ୍ରକ୍‌ସନ ଓ କମର୍ସିଆଲ୍ ଏଷ୍ଟାବ୍ଲିସ୍‌ମେଣ୍ଟରେ ବେଆଇନ ପାଣି ସଂଯୋଗ ଦିଆଯାଇଥିଲେ ଏହାକୁ କାଟି ଦେବାକୁ ଆପ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସକାଳ ଠାରୁ ତଦନ୍ତକାରୀ ଟିମ୍ ମୁତୟନ ହେବେ ବୋଲି ସୂଚନା ମିଳିଛି। 

ସରକାରୀ ଚିଠିରେ ଦିଲ୍ଲୀ ଜଳମନ୍ତ୍ରୀ ଅତିଶୀ କହିଛନ୍ତି “ ହରିଆଣା ସରକାର ଦିଲ୍ଲୀର ଭାଗ ପାଣି ନ ଛାଡ଼ିବାରୁ ଅତ୍ୟଧିକ ଗରମ ଯୋଗୁ ଦିଲ୍ଲୀର ଜଳାଭାବ ଦେଖା ଦେଇଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣର ଖୁବ୍ ଆବଶ୍ୟକତା ରହିଚି। ଏହାସତ୍ତ୍ୱେ ବି ଦିଲ୍ଲୀର ଏକାଧିକ ସ୍ଥାନରେ ପାଣି ନଷ୍ଟ କରାଯାଉଛି। ସେହିପରି ନିର୍ମାଣ ସ୍ଥଳ ଓ ବାଣିଜ୍ୟିକ ଭିତ୍ତିଭୂମିରେ ମଧ୍ୟ ବେଆଇନ ଭାବେ ଜଳ ସଂଯୋଗ ହୋଇଛି। ଏଗୁଡ଼ିକ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଦରକାର।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.