ବଢ଼ିଲା ସୁନା; ସର୍ବକାଳୀନ ରେକର୍ଡରେ ରୁପା ମୂଲ୍ୟ

Published By : Prameya-News7 Bureau | May 29, 2024 IST

internet

ନୂଆଦିଲ୍ଲୀ: ବୁଧବାର(୨୯ ମେ) ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ହୋଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ ୧୦ ଗ୍ରାମ ସୁନା ପ୍ରତି ୩୩୪ ଟଙ୍କା ବୃଦ୍ଧି ପାଇ ୭୨,୬୨୫ ଟଙ୍କା ହୋଇଛି। ସେହିପରି ରୁପା ଆଜି ଅଲ୍‌ ଟାଇମ୍‌ ହାଇରେ ପହଞ୍ଚିଛି। ରୁପା କେଜି ୧,୧୬୦ ଟଙ୍କା ବଢ଼ି କିଲୋଗ୍ରାମ ପିଛା ୯୪,୨୮୦ ଟଙ୍କା ହୋଇଛି। ଏହାପୂର୍ବରୁ ୨୮ ମେ ମଙ୍ଗଳବାର ଦିନ ରୁପା କିଲୋଗ୍ରାମରେ ୯୩,୧୨୦ ଟଙ୍କା  ହୋଇଥିଲା। 

ଆଇବିଜେଏ ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ମୂଲ୍ୟ ୯,୨୭୩ ଟଙ୍କା ବୃଦ୍ଧି ପାଇଲାଣି। ଜାନୁଆରୀ ୧ ରେ ସୁନା ୬୩,୩୫୨ ଟଙ୍କା ଥିଲା। ବର୍ତ୍ତମାନ ୧୦ ଗ୍ରାମ ପିଛା ୭୨,୬୨୬ ଟଙ୍କାରେ ପହଞ୍ଚିଛି। ଏଥିସହିତ ଏକ କିଲୋଗ୍ରାମ ରୂପା ମୂଲ୍ୟ ୭୩,୩୯୬ ରୁ ୯୪,୨୮୦ ଟଙ୍କାକୁ ବୃଦ୍ଧି ପାଇଛି।

HDFC ସିକ୍ୟୁରିଜ୍‌ର କମୋଡିଟି ଏବଂ କରେନ୍ସି ହେଡ୍‌, ଅନୁଜ ଗୁପ୍ତାଙ୍କ ଅନୁଯାୟୀ ଆଗାମୀ ଦିନରେ ମଧ୍ୟ ସୁନା ଓ ରୁପା ବୃଦ୍ଧି ଘଟିପାରେ। ଆଗାମୀ ଏକ ବର୍ଷରେ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୮୦ ହଜାରରୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ଯେଉଁଠାରେ ରୁପା ମଧ୍ୟ କିଲୋଗ୍ରାମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଅନୁଜ ଅନୁମାନ କରିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.