LIVE TV

ଆତ୍ମସମର୍ପଣ କଲେ ଉଦନ୍ତୀ ଡିଭିଜନ୍ କମିଟିର ୭ ମାଓବାଦୀ, ମୁଣ୍ଡ ଉପରେ ଥିଲା ୩୬ ଲକ୍ଷ ଟଙ୍କା ପୁରସ୍କାର ରାଶି

NEWS7
rohit-creates-history-first-player-to-hit-100-sixes-in-wankhede-

ଉମରକୋଟ ୧୧: ପୋଲିସ ଉପରେ ଆସ୍ଥା ପ୍ରକଟ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଛତିଶଗଡ ଗରିୟାବନ୍ଦ ଜିଲ୍ଲା ଉଦନ୍ତୀ ଡିଭିଜନ୍ କମିଟିର ୭ ଜଣ ମାଓବାଦୀ ଗରିୟାବନ୍ଦ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଏବଂ ଗରିୟାବନ୍ଦ ପୋଲିସର ଆବେଦନ ଦ୍ୱାରା ପ୍ରଭାବିତ ହୋଇ ନକ୍ସଲମାନେ ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନକ୍ସଲ ମାନେ ଜଙ୍ଗଲ ଛାଡି ଗାରିଆବନ୍ଦରେ ପହଞ୍ଚିଥିଲେ, ଯେଉଁଠାରେ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ଗୋଟିଏ SLR, ତିନୋଟି ଇନଶାସ ଓ ଦୁଇଟି ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି ସହ ଆତ୍ମସମର୍ପଣ କରିଥିଲେ ।

​​​​​​​

ଏହି ୭ ମାଓବାଦୀଙ୍କ ଉପରେ ମୋଟ୍ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘଷଣା ଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୪ ମହିଳା ଓ ୩ ପୁରୁଷ ମାଓବାଦୀ ରହିଛନ୍ତି । ଏହି ମାଓବାଦୀ ମାନେ ପୋଲିସ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ହିଂସାର ପଥ ପରିତ୍ୟାଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ସମ୍ପର୍କରେ, ରାୟପୁର ରେଞ୍ଜର ପୋଲିସ ମହାନିରୀକ୍ଷକ ଅମରେଶ ମିଶ୍ରା ଏବଂ ଗାରିଆବନ୍ଦ ଏସ୍‌ପି ନିଖିଲ ରାଖେଚା ପୋଲିସ ଲାଇନ ଗାରିଆବନ୍ଦରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ ଦେଇଛନ୍ତି । ମାଓବାଦୀଙ୍କ ବଡ଼ ଧରଣର ଏହି ଆତ୍ମସମର୍ପଣକୁ ଜିଲ୍ଲା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି । ଯାହା ଗାରିଆବନ୍ଦ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।