ବନ୍ଧୁକ ମୁନରେ ଲୁଟ୍‌ ଘଟଣା, ପୂର୍ବତନ କର୍ମଚାରୀଙ୍କ ସମେତ ଦୁଇ ଗିରଫ

Published By : Prameya-News7 Bureau | August 03, 2025 IST

ଭଦ୍ରକ: ବନ୍ଧୁକ ମୁନରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କରୁ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ। ଦୁଇ ଗିରଫଙ୍କ ମଧ୍ୟରେ ଜଣେ ପୂର୍ବତନ କର୍ମଚାରୀ ସହ ଅନ୍ୟ ଜଣେ ସହଯୋଗୀ ଗିରଫ ହୋଇଛନ୍ତି। ଏବେବି ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।

ସୂଚନାଥାଉକି, ଜୁନ୍ ୧୧ ତାରିଖରେ ଭଦ୍ରକ ତିହିଡ଼ି ଥାନା ଅଧୀନରେ ଥିବା ଏୟୁ ଫାଇନାନ୍ସରୁ ଲୁଟ୍ କରିଥିଲେ ୪ ଦୁର୍ବୃତ୍ତ । ଏହି ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧି ଫାଇନାନ୍ସ ବ୍ୟାଙ୍କରେ ପଶିଥିଲେ ଆଉ ବନ୍ଧୁକ ଦେଖାଇ ପ୍ରାୟ ୭ ଲକ୍ଷ ୫୪ ହଜାର ଟଙ୍କା ଲୁଟି ନେଇଥିଲେ। 

ତେବେ ମାମଲାରେ ଏତଲା ଆଧାରରେ ତିହିଡ଼ି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଏୟୁ ଫାଇନାନ୍ସ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଭଦ୍ରକ ଗ୍ରାମାଞ୍ଚାଳ ଥାନା ଅଧୀନ ତଳାଙ୍ଗ ଗାଁର ପ୍ରହଲ୍ଲାଦ ରାଉତଙ୍କ ସହ ଫୁଲବାଣୀ ସଦର ଜାମୁଝରି ଗାଁର ଅନିଲ ବେହେରାଙ୍କୁ ଗିରଫ କରାଯାଇଛି। ଏବେବି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଲୁଟେରା ଫେରାର ଥିବା ନେଇ ପୋଲିସ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୨ ହଜାର ଟଙ୍କା ଓ ୪ଟି ମୋବାଇଲ୍ ଜବତ ହୋଇଥିବା କହିଛି ପୋଲିସ। ତେବେ ଫେରାର ଦୁଇ ଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୁଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.