ଡିଭାଇଡର ଭାଙ୍ଗି ମାଡିଆସିଲା ଓମ୍‌ଫେଡ୍‌ ଗାଡି,ଅଟୋ ଉପରେ ଚଢିଗଲା,୩ ଆହତ

Published By : Prameya-News7 Bureau | November 25, 2024 IST

ଭୁବନେଶ୍ବର ୨୫/୧୧: ଡିଭାଇଡର ଭାଙ୍ଗି ମାଡି ଆସିଲା ଓମ୍‌ଫେଡ ଗାଡି ।୨ଟି ଅଟୋ ଉପରେ ଚଢିଗଲା । ଗାଡି ମାଡରେ ଅଟୋ ଚେପା । ୩ ଆହତ ।  ରାଜଧାନୀସ୍ଥିତ ଓମ୍‌ଫେଡ୍‌ ଛକରେ ସଡକ ଦୁର୍ଘଟଣା । ସୋମବାର ମଧ୍ୟାହ୍ନ ସମୟରେ ଓମ୍‌ଫେଡ ଛକରେ ଗହଳି ଥିଲା । ହଠାତ ଡିଭାଇଡର ଭାଙ୍ଗି ବିପରୀତ ରାସ୍ତାକୁ ମାଡି ଆସିଲା ଓମ୍‌ଫେଡ ଗାଡି । ସେଠାରେ ଥିବା ୨ଟି ଅଟୋକୁ ଧକ୍କା ଦେଇଥିଲା । ଗାଡି ଧକ୍କାରେ ଅଟୋ ୨ଟି ସଂପୂର୍ଣ୍ଣ ଚେପା ହୋଇ ଭାଙ୍ଗି ଯାଇଛି ।ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ପାଇଁ ଢମଣା-ନାଲ୍‌କୋ ଛକ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । 

  • bhubaneswar
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.