ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଘାତ ମାଡ଼, ଇଶାନ କିଶନଙ୍କ ଶତକ; ତୃତୀୟ ସର୍ବାଧିକ ସ୍କୋର କଲା ଭାରତ

NEWS7
road-block-due-to-patient-dead-in-esi-hospital-bhubaneswar

ଥିରୁଅନନ୍ତପୁରମ: ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ରେ ଭାରତୀୟ ଟିମ୍ର ବିସ୍ଫୋରକ ବ୍ୟାଟିଂ । ଭାରତୀୟ ବ୍ୟାଟରଙ୍କ ସାମ୍ନାରେ ଅତି ଅସହାୟ ହୋଇପଡ଼ିଥିଲେ ନ୍ୟୁଜିଲାଣ୍ଡର ବୋଲର । ଯିଏ ଆସିଲେ, ସେ ଧୋଇଲେ । ଅଭିଷେକ ଶର୍ମାଙ୍କ ପାଖରୁ ଆରମ୍ଭ କରି ଇଶାନ କିଶନ, ହାର୍ଦ୍ଦିକଙ୍କ ପାଖରୁ ରିଙ୍କୁ ସିଂ, ସବୁ ବ୍ୟାଟର ଧୂଆଁଧାର ବ୍ୟାଟିଂ କରି ଚକିତ କରିଦେଇଛନ୍ତି । ଆଜିର ମ୍ୟାଚରେ ଇଶାନ କିଶନ ଅନ୍ତର୍ଜାତୀୟ ଟି-୨୦ରେ ପ୍ରଥମ ଶତକ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ନିର୍ଦ୍ଧାରିତ ଓଭରରେ ଟିମ୍ ଇଣ୍ଡିଆ ୨୭୧ ରନ୍ କରିଛି । ୫ ଓ୍ବିକେଟ ବିନିୟମରେ ଭାରତୀୟ ଦଳ ଟି-୨୦ ଇତିହାସରେ ତୃତୀୟ ସର୍ବାଧିକ ସ୍କୋର କରିବାରେ ସଫଳ ହୋଇଛି । ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ସାମ୍ନାରେ ୨୭୨ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଭାରତ ।