ଟ୍ରଲରକୁ ପଛରୁ ପିଟିଲା ପିକ୍ଅପ୍ ଭ୍ୟାନ୍, ଦୁର୍ଘଟଣା ପରେ ଡ୍ରାଇଭର ଫେରାର

Published By : Prameya-News7 Bureau | December 11, 2024 IST

ସାଲେପୁର ୧୧।୧୨ : କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଦୁର୍ଘଟଣା । ଟ୍ରଲରକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ପିକ୍‌ଅପ୍‌ ଭ୍ୟାନ୍‌ଟି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ମାଛ ଆଣିବା ପାଇଁ ଯାଉଥିଲା । ଏହି ସମୟରେ ଭାତପଡ଼ା ଛକ ନିକଟରେ ଟ୍ରଲରର ପଛପଟୁ ଧକ୍କା ଦେଇଥିଲା । ପିକଅପ୍ ଭ୍ୟାନ୍‌ର ଡ୍ରାଇଭର ଏବଂ ହେଲପର ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ପରେ ଘଟଣାସ୍ଥଳରେ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଛି । ତେବେ ଦୁର୍ଘଟଣା ପରେ ଟ୍ରଲର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି । ବାକି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.