LIVE TV

ମେଡିକାଲରୁ ଘରକୁ ଫେରୁଥିଲେ, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା

NEWS7
Balangir Road Accident: 1 Dead, 7 Critically Injured

ବଲାଙ୍ଗୀର ୧୮।୧୦ : ଚିକିତ୍ସା ଲାଗି ମେଡିକାଲ ଯାଇଥିଲେ । ସେଠାରୁ ଚିକିତ୍ସା ହୋଇ ଘରକୁ ଫେରୁଥିଲେ । ହେଲେ ବିଧିର ନିୟମ ଥିଲା କିଛି ଅଲଗା । ମେଡିକାଲରୁ ଘରକୁ ଫେରିବା ବାଟରେ ଘଟିଲା ଦୁର୍ଘଟଣା । ଆଉ ପୁଣି ଥରେ ଯିବାକୁ ପଡ଼ିଲା ଡାକ୍ତରଖାନା । ବଲାଙ୍ଗୀର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଖବର ଅନୁଯାୟୀ, ବଲାଙ୍ଗୀର ପୁଇଁନ୍ତଳା ଥାନା ଜାମସର ଠାରେ ଏକ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟରୁ ପିଟିଲା ବୋଲେରୋ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । କଳାହାଣ୍ଡି ଜିଲ୍ଲାର ମଜର ସେଠ ଓ ତାଙ୍କ ବଡ଼ ଭାଇ ଓ ସ୍ତ୍ରୀ ବୁର୍ଲା ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଚିକିତ୍ସା ହେବା ପରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିବାକୁ ମନ୍ଦିର ଯାଇଥିଲେ । ପରେ ଏକ ବୋଲେରୋରେ ସମ୍ବଲପୁରରୁ କଳାହାଣ୍ଡି ଫେରୁଥିଲେ । ଏହି ସମୟରେ ବଲାଙ୍ଗୀର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଯେଉଁଥିରେ ମଜର ସେଠ, ତାଙ୍କ ସ୍ତ୍ରୀ ଓ ବଡ଼ ଭାଇ ସହ ବୋଲେରୋରେ କଳାହାଣ୍ଡି ଅଞ୍ଚଳର ଆଉ ୪ ଜଣ ଥିଲେ । ହେଲେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଯାହାଫଳରେ ଗାଡ଼ି ଥିବା ଯାତ୍ରୀମାନେ ଆହତ ହୋଇଥିଲେ । ଆହତଙ୍କ ମଧ୍ୟ କବିରାମ ଜଗତ ନାମକ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିଲେ । ମେଡିକାଲ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ବାକି ଅନ୍ୟମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଡ୍ରାଇଭର ଜଣକ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଲାଗି ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ​​​​​​​