Rishabh Pant: ଏସିଆ କପ୍‌ରୁ ବାଦ ପଡ଼ିବେ ରିଷଭ ପନ୍ତ, ଅକ୍ଟୋବର ଟେଷ୍ଟ ସିରିଜ୍ ଖେଳିବା ନେଇ ବି ଅସ୍ପଷ୍ଟ

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଦିନରେ ଭାରତର ଷ୍ଟାର୍ ୱିକେଟ୍‌କିପର ବ୍ୟାଟର ରିଷଭ ପନ୍ତ ଆହତ ହୋଇଥିଲେ । ଇଂଲଣ୍ଡ ବୋଲର କ୍ରିସ୍ ୱୋକ୍ସଙ୍କ ବଲ୍ ପନ୍ତଙ୍କ ଗୋଟରେ ବାଜିଥିଲା । ଯେଉଁଥିରେ ତାଙ୍କର ଗୋଡ଼ର ଆଙ୍ଗୁଠିରେ ଫ୍ରାକ୍ଚର ଆସିଥିଲା । ଏହା ପରେ ସେ ୬ ସପ୍ତାହ ପାଇଁ ଟିମ୍ ଇଣ୍ଡିଆରକୁ ବାହାର ହୋଇଥିଲେ । ଏହାରି ଭିତରେ ଯେଉଁ ଖବର ସାମନାକୁ ଆସିଛି, ତାହା ଭାରତୀୟ ପ୍ରଶଂସକଙ୍କ ଝଟକା ଅଟେ ।

ରିପୋର୍ଟ ଅନୁସାରେ ସେପ୍ଟେମ୍ୱର ୯ରୁ ଆରମ୍ଭ ହେବାକୁ ଥିବା ଏସିଆ କପରୁ ରିଷଭ ପନ୍ତ ବାହାର ହୋଇଛନ୍ତି । ଏହା ବ୍ୟତୀତ ଏକ ଘରୋଇ ଟେଷ୍ଟ ସିରିଜରୁ ବି ବାହାର ହୋଇପାରନ୍ତି । ଇଂଲଣ୍ଡରେ ପନ୍ତ ବ୍ୟାଟରେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କ ବ୍ୟାଟରୁ ଦୁଇଟି ଶତକ ଓ ଦୁଇ ଅର୍ଦ୍ଧଶତକ ବାହାରିଥିଲା ।

ୟୁଏଇରେ ସେପ୍ଟେମ୍ୱର ୯ରୁ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ୱିକେଟକିପର୍ ବ୍ୟାଟର ରିଷଭ ପନ୍ତ ଏହି ଟୁର୍ଣ୍ଣାମେଣ୍ଟରୁ ଆହତ କାରଣରୁ ବାହାର ହୋଇଛନ୍ତି । ଏହା ବ୍ୟତୀତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅକ୍ଟୋବରରେ ହେବାକୁ ଯାଇଥିବା ଟେଷ୍ଟ ସିରିଜରୁ ବି ବାହାର ହୋଇପାରନ୍ତି । ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଅକ୍ଟୋବର ୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।

ଏସିଆ କପ୍‌ରେ ସେପ୍ଟେମ୍ୱର ୧୦ରେ ୟୁଏଇ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଭାରତର ସମସ୍ତ ମ୍ୟାଚ୍ ଦୁବାଇରେ ହେବାର ସମ୍ଭାବନା ରହିଛି । ଗ୍ରୁପ୍ 'ଏ'ରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ଅଛନ୍ତି । ସେହିପରି ଗ୍ରୁପ୍ ବି'ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ଅଛନ୍ତି । ଏସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୭ ସଦସ୍ୟ ବିଶିଷ୍ଟ ଟିମ୍ ଲାଗି ଅନୁମତି ଦେଇଛି । ମ୍ୟାଚ୍ ଦୁବାଇ ଓ ଆବୁ ଧାବିରେ ଖେଳାଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.