LIVE TV

ଟିମ୍ ଇଣ୍ଡିଆ ଦଳ ଘୋଷଣା: ବିସିସିଆଇ ପକ୍ଷରୁ ରିଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ୱ, ଗିଲ ବାଦ୍

NEWS7
team a india

ନୂଆଦିଲ୍ଲୀ ୨୧/୧୦: ଦକ୍ଷିଣ ଆଫ୍ରିକା ଏ ଟିମ୍ ବିପକ୍ଷରେ ଭାରତ ଏ ଟିମ୍‌ ଦୁଇଟି ଚାରି ଦିବସୀୟ ମ୍ୟାଚ୍ ଖେଳିବ । ଏହି ସିରିଜ୍ ପାଇଁ ଭାରତ ଏ ଦଳ ଘୋଷଣା କରାଯାଇଛି । ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ସେହିଭଳି ସାଇ ସୁଦର୍ଶନଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଉଭୟ ମ୍ୟାଚ୍ ପାଇଁ ପୃଥକ ଦଳ ଚୟନ କରାଯାଇଛି । କିନ୍ତୁ ରିଷଭ ପନ୍ତ ଏବଂ ସାଇ ସୁଦର୍ଶନଙ୍କୁ ଯଥାକ୍ରମେ ଅଧିନାୟକ ଓ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। 

ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କୁ ୧୫ ଜଣିଆ ଦଳରେ ଚୟନ କରାଯାଇ ନାହିଁ । କେଏଲ ରାହୁଲ, ଧ୍ରୁବ ଜୁରେଲ ଓ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି । ଭାରତ ଏ ଅକ୍ଟୋବର ୩୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଚାରିଦିନିଆ ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚ୍ ୩୦ ଅକ୍ଟୋବରରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ୍ ୬ ନଭେମ୍ବରରୁ ନଭେମ୍ବର ୯ ପର୍ଯ୍ୟନ୍ତ ଖେଳିବ । କେଏଲ ରାହୁଲ ଓ ମହମ୍ମଦ ସିରାଜ ଦ୍ୱିତୀୟ ମ୍ୟାଚ୍ ପାଇଁ ଦଳରେ ଯୋଗଦେବେ । ଆୟୁଷ ମହାତ୍ରେଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। 

ପ୍ରଶଂସକଙ୍କ ପାଇଁ ଖୁସି ଖବର ଯେ ରିଷଭ ପନ୍ତ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ସେ ଇଣ୍ଡିଆ ଏ ସହିତ ପଡ଼ିଆକୁ ଫେରିବେ । ପନ୍ତ ଇଂଲଣ୍ଡରେ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ୨୦୨୫ ଏସିଆ କପ୍‌ରୁ ବାଦ୍ ପଡିଥିଲେ । ଯେଉଁଠାରେ ଟିମ୍ ଇଣ୍ଡିଆ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା । ଏହା ପରେ, ରିଷଭ ପନ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ହରାଇଥିଲେ । ସେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତର ମଧ୍ୟ ଅଂଶ ନୁହଁନ୍ତି।