ବାଲିଯାତ୍ରା ୨୦୨୫
LIVE TV

Bihar Exit ପୋଲରେ ରାହୁଲ-ତେଜସ୍ୱୀଙ୍କୁ ବଡ଼ ଝଟକା, ବିହାରରେ ପୁଣି ଥରେ ମୋଦୀ-ନୀତୀଶ ସରକାର

NEWS7
review-meeting-start-in-bjp-party-office-at-odisha

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟିଂ ସରିବା ଏବେ ଏକଜିଟ୍ ପୋଲର ସମୟ ଆସିଛି । ବିହାରରେ ୨୪୩ ବିଧାନସଭା ଆସନ ପାଇଁ ନଭେମ୍ବର ୬ ଏବଂ ୧୧ରେ ଭୋଟିଂ ହୋଇଥିଲା । ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ଘୋଷଣା କରାଯିବ । ବିହାର ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ହେଉଛି ୧୨୪ । ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪.୬୬ ପ୍ରତିଶତ ଭୋଟ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ୬୭.୧୪ ପ୍ରତିଶତ ଭୋଟିଂ ହୋଇଛି । କିନ୍ତୁ ଏହା ପୂର୍ବରୁ ବୁଥ୍ ବାହୁଡ଼ା ମତରେ ବିହାରରେ କିଏ ମାରୁଛି ବାଜି ଆସନ୍ତୁ ଜାଣିବା ।

ପ୍ରମୁଖ ସର୍ଭେ ଏଜେନ୍ସିଗୁଡ଼ିକ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ଏକଜିଟ୍ ପୋଲ ପ୍ରକାଶ କରିଛନ୍ତି । ଏହି ଏକଜିଟ୍ ପୋଲଗୁଡ଼ିକ ଭୋଟରଙ୍କ ମୁଡ୍ ଏବଂ ସମ୍ଭାବ୍ୟ ଫଳାଫଳର ଏକ ଚିତ୍ର ପ୍ରଦାନ କରୁଛି । ଏହାସହ ଏକଜିଟ୍ ପୋଲରେ ବିହାରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଜନ ସୁରାଜ ପାର୍ଟି ଏବଂ ଅସଦୁଦ୍ଦିନ ଓୱେସିଙ୍କ AIMIM ଏବଂ ଅନ୍ୟାନ୍ୟ ଛୋଟ ଦଳ କେତେ ଆସନ ଜିତିବେ ତାର ଏହ ପୂର୍ବାନୁମାନ ସାମନାକୁ ଆସିଛି ।

ପିପୁଲ୍ସ ପଲ୍ସ ପକ୍ଷରୁ ଜାରି ଏକଜିଟ୍ ପୋଲ ଅନୁସାରେ ବିହାରରେ ପୁଣି ଥରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ଏନଡିଏକୁ ସରକାର ଗଢିବା ପାଇଁ ସ୍ପଷ୍ଟ ବହୁମତ ମିଳୁଛି । ଏନଡିଏକୁ ୧୩୩ରୁ ୧୫୯ ମିଳିପାରେ । ସେହିପରି ମହାଗଠବନ୍ଧନକୁ ୭୫ରୁ ୧୦୧ ମିଳିପାରେ । ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଜନ ସୁରାଜ ପାର୍ଟି ୦-୫ ଆସନ ଜିତିପାରେ ।

ସେହିପରି ପିପୁଲ୍ସ ଇନସାଇଟର ଆକଳନରେ ବି ଏନଡିଏ ପୁଣି ଥରେ ସରକାର ଗଢିବାକୁ ଯାଉଛି । ଏନଡିଏକୁ ୧୩୩ରୁ ୧୪୮ ମିଳିପାରେ । ସେହିପରି ମହାଗଠବନ୍ଧନକୁ ୮୭ରୁ ୧୦୨ ମିଳିପାରେ । ଜନ ସୁରାଜ ପାର୍ଟି ୦-୨ ଆସନ ଜିତିପାରେ ।

ମାର୍ଟିଜ୍ ବି ଏନଡିଏ ସରକାର ନେଇ ପୂର୍ବାନୁମାନ କରିଛି । ଏନଡିଏକୁ ୧୪୭ରୁ ୧୬୭ ଏବଂ ମହାମେଣ୍ଟକୁ ୭୦ରୁ ଆସନ ମିଳିପାରେ ।

ଦୈନିକ ଭାସ୍କରର ଏକଜିଟ୍ ପୋଲରେ ଏନଡିଏକୁ ୧୪୫-୧୬୦, ଏମଜିବିକୁ ୭୩-୯୧ ଓ ଅନ୍ୟାନ୍ୟଙ୍କୁ ୫ରୁ ୧୦ ଆସନ ମିଳୁଛି । ​​​​​​​