ସାଧାରଣ ଲୋକଙ୍କ ନିମନ୍ତେ ୨୨ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଲାଲକିଲ୍ଲା ପରିଦର୍ଶନ ବନ୍ଦ

Published By : Prameya-News7 Bureau | January 20, 2025 IST

ନୂଆଦିଲ୍ଲୀ ୨୦।୧: ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଶିଦ୍ଧ ପର୍ଯ୍ୟଟନ ସ୍ଥଳ ଲାଲକିଲ୍ଲାକୁ ଜାନୁୟାରୀ ୨୨ରୁ ଦିଲ୍ଲୀ ପୋଲିସ ସାଧାରଣ ଲୋକଙ୍କ ପରିଦର୍ଶନ ନିମନ୍ତେ ବନ୍ଦ ଘୋଷଣା କରିଛି। ଏହି କଟକଣା ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଲାଲକିଲ୍ଲା ବୁଲିଯିବାକୁ କାହାରିକୁ ଅନୁମତି ମିଳିବ ନାହିଁ। ଅଞ୍ଚଳ କଡ଼ା ସୁରକ୍ଷା ବଳୟରେ ରଖାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ଏଣୁ ଏହି ସମୟରେ କେହି ଲାଲକିଲ୍ଲା ବୁଲିବାକୁ ଚାହୁଁଥିଲେ ତାଙ୍କୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି। 

ଦିଲ୍ଲୀ ଉତ୍ତର ଜିଲ୍ଲା ଡିସିପି ରାଜା ବାଁଣ୍ଠିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗଣତନ୍ତ୍ର ଦିବସ ସମାରୋହ ପାଳନ ନିମନ୍ତେ ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲାକୁ ସାଧାରଣ ଲୋକଙ୍କ ପରିଦର୍ଶନ ବାରଣ କରାଯାଉଛି। ଏହି କଟକଣା ୨୨ ଜାନୁୟାରୀ ୨୦୨୫ରୁ ୩୧ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଲାଲକିଲ୍ଲା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯିବ। ଗଣତନ୍ତ୍ର ଦିବସ ପରେଡ ଲାଲକିଲ୍ଲା ପହଞ୍ଚିବା ପରେ ସେଠାରୁ ଫେରିବ। 

ଗଣତନ୍ତ୍ର ଦିବସ ପରେଡ ପାଇଁ ଲାଲକିଲ୍ଲାକୁ ସଂଯୋଗ କରୁଥିବା ମାର୍ଗ ସୁରକ୍ଷା ବଳଙ୍କ ଦାୟିତ୍ୱରେ ରହିବ। ମାର୍ଗର ଉଭୟ ପାର୍ଶ୍ୱରେ ଅର୍ଦ୍ଧ ସାମରିକ ବଳ ଓ ଦିଲ୍ଲୀ ପୋଲିସର ଜବାନ ମୂତୟନ ହେବେ ବୋଲି ଡିସିପି କହିଛନ୍ତି। ଗଣତନ୍ତ୍ର ଦିବସ ପରେଡ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.