ବାଲିଯାତ୍ରା ୨୦୨୫
LIVE TV

ରାହୁଲ ଗାନ୍ଧୀଙ୍କୁ ରାମ୍ଦାସ ଆଠଓ୍ୱାଲେଙ୍କ ପ୍ରଶ୍ନ... ୬୦ ବର୍ଷର ହିସାବ ଦେବ କି କଂଗ୍ରେସ ?

NEWS7
records-released-related-to-robert-f-kennedys-assassination

ଭୁବନେଶ୍ୱର ୦୮।୧୧ : ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ରାମ୍‌ଦାସ୍‌ ଆଠୱାଲେଙ୍କ ଟାର୍ଗେଟ । ରାହୁଲ ଗାନ୍ଧୀ ଭୋଟ୍‌ ଚୋରି କଥା କହୁଛନ୍ତି । ୬୦ ବର୍ଷ ଧରି କଂଗ୍ରେସ ସରକାରରେ କଣ ସବୁ ହେଉଥିଲା, ତାହାର ତଥ୍ୟ ବି ରାହୁଲ ବାନ୍ଧୀ ଦିଅନ୍ତୁ । ଭୋଟ୍‌ ଚୋରି କଥା, ଭୋଟ ଜାଲିଆତି ଉପରେ ନିର୍ବାଚନ କମିଶନ ଧ୍ୟାନ ଦେବା ଦରକାର । କିନ୍ତୁ ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଠିକ୍‌ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ୍‌ଦାସ୍‌ ଆଠୱାଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ କମିଶନ ଏକ ସ୍ୱାଧୀନ ସଂସ୍ଥା। ସରକାର ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ସରକାର ଉପରେ ଆରୋପ ଲଗାଇବା ଠିକ ନୁହେଁ। ଲୋକସଭାରେ ଯେତେବେଳ କଂଗ୍ରେସ ଅଧିକ ଆସନ ଜିତିଥିଲା, ସେତେବେଳେ କଣ ଏହି କହିଥିଲେ କି ରାହୁଲ ଗାନ୍ଧୀ । ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଆଗକୁ ମଧ୍ୟ ଚତୁର୍ଥ ଥର ପାଇଁ  ମଧ୍ୟ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ।