ସମ୍ମାନ ମିଳୁନଥିଲା, କାହାରି ନଥିଲା ସମର୍ଥନ...୭ ବର୍ଷ ପରେ କ୍ରିକେଟ୍ ଛାଡିବା ପଛର ସତ କହିଲେ ଯୁବରାଜ

NEWS7
record-3343-covid-19-patients-recovered-in-odisha

ନୂଆଦିଲ୍ଲୀ,|୧: ବୟସ ସେତେ ହୋଇନଥିଲା । ଆଉ କିଛି ବର୍ଷ ସେ ଖେଳିପାରିଥାନ୍ତେ । ଭଲ ବ୍ୟାଟିଂ କରୁଥିଲେ । କ୍ୟାନସରରୁ ସୁସ୍ଥ ହେବା ପରେ ସବୁ କିଛି ଠିକ୍ ଚାଲିଥିଲା । ହେଲେ ଅବସର ନେବାକୁ ବାଧ୍ୟ ହୋଇଥିଲେ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ । ତେବେ କେଉଁ କାରଣ ପାଇଁ ସେ କ୍ରିକେଟକୁ ବାଏ ବାଏ କହିଥିଲେ ତାହାର କାରଣ ଦୀର୍ଘବର୍ଷ ପରେ କହିଛନ୍ତି ଯୁବରାଜ ।

ଯୁବରାଜ ଥିଲେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ।୨୦୦୭ ଟି20 ବଶ୍ୱକପ୍ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପରେ ଭାରତକୁ ଜିତାଇବାରେ ତାଙ୍କର ବଡ ଭୂମିକା ରହୁଥିଲା। । ତେବେ୨୦୧୯ଜୁନ ମାସରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ । ସେହିବର୍ଷ ଦିନିକିଆ ବିଶ୍ୱକପ୍ ଟିମରେ ତାଙ୍କୁ ସ୍ଥାନ ନମିଳିବାରୁ ସେ ଉଭୟ ଅନ୍ତର୍ଜାତୀୟ ଏବଂ ଟି୨୦କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ।

ଏବେ ଯୁବରାଜଙ୍କୁ୪୪ବର୍ଷ । ସେ ଆଉ କ୍ରିକେଟ୍ ଖେଳୁନାହାଁନ୍ତି । କୋଚିଂ କ୍ୟାରିଅରରେ ଫୋକସ୍ କରୁଛନ୍ତି । ତେବେ କେଉଁ କାରଣ ପାଇଁ ସେ ଅବସର ନେଲେ ତାହା ପ୍ରକାଶ କରିଛନ୍ତି । ଯୁବରାଜ କହିଛନ୍ତି ଯେ, ସେ ନିଜ କ୍ରିକେଟକୁ ଉପଭୋଗ କରିପାରୁନଥିଲେ । ତେଣୁ ତାଙ୍କ ମନରେ ବାରମ୍ବାର ପ୍ରଶ୍ନ ଆସୁଥିଲା । ଖେଳରୁ ଆନନ୍ଦ ମିଳୁନି ଯଦି କଣ ପାଇଁ ସେ ଖେଳୁଛନ୍ତି ବୋଲି ଭାବନା ଆସିଥିଲା । ଏପରିକି ତାଙ୍କୁ ସମ୍ମାନ ଦିଆଯାଉନଥିଲା । ଆହୁରି ମଧ୍ୟ କେହି ତାଙ୍କୁ ସମର୍ଥନ କରୁନଥିଲେ ।ଏମିତି ଅନେକ ପ୍ରଶ୍ନ ପାଇଁ ସେ ଚିନ୍ତାରେ ରହିଥିଲେ । ଖେଳକୁ ସେ ବହୁତ କିଛି ଦେଇଥିଲେ । ଏହାଠୁ ଅଧିକ କିଛି କରିପାରିବେନି । ଯାହା ତାଙ୍କୁ ଆଘାତ ଦେଇଥିଲା । ଏସବୁ ଭାବି ସେ ଖେଳିବା ବନ୍ଦ କରିଦେଇଥିଲେ ।

ସେ ଆହୁରି କହିଛନନ୍ତି ଯେ, ଏବେବି ସେ ଅତୀତ କଥା ଭାବନ୍ତି । ଅନେକ ସମୟରେ ତାଙ୍କ କ୍ରିକେଟକୁ ନେଇ କେହି କେହି ପ୍ରଶ୍ନ ଉଠାଇଛନ୍ତି । ଏହାକୁ ତାଙ୍କ ପିତା ଯୋଗରାଜ ସିଂ କାଉଣ୍ଟର କରିଥାନ୍ତି । ଯୁବରାଜ ନିଜେ ସମସ୍ତ ସମାଲୋଚନାକୁ ଏତେ ଖାତିର କରନ୍ତିନି । କିନ୍ତୁ ତାଙ୍କ ପିତା ଏହାକୁ ବ୍ୟକ୍ତିଗତସ୍ତରକୁ ନେଇ ଜବାବ ଦେଇଥାନ୍ତି ବୋଲି ଯୁବରାଜ କହିଛନ୍ତି ।