ଛାଟିପିଟି ହେବନି ବୋଲି ଝିଅ ନିଜକୁ ବାନ୍ଧିଥିଲା, ସିଡି ଘର ଉପରେ ପୋଡ଼ି ହୋଇ ଷ୍ଟାଚ୍ୟୁ ଭଳି ଥିଲା

Published By : Prameya-News7 Bureau | August 07, 2025 IST

କେନ୍ଦ୍ରାପଡ଼ା ୭।୮: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ମୃତ ଛାତ୍ରୀଙ୍କ ବାପା । ସେ କହିଛନ୍ତି, ମୋ ଝିଅ ବାନ୍ଧି ହୋଇ ପୋଡ଼ି ମରିଥିବା ମୁଁ ଅନୁମାନ କରୁଛି । ତାର ବାନ୍ଧି ହୋଇ ପୋଡ଼ି ହୋଇଥିବା ଅନୁମାନ କରୁଛି । ନିଜେ ଆତ୍ମହତ୍ୟା କରିଛି । ଛାଟିପିଟି ହେବନି ବୋଲି ଝିଅ ନିଜକୁ ବାନ୍ଧିଥିଲା । ଘରର ଗେଟ୍ ଭାଙ୍ଗି ଘରେ ପଶିଲା ପରେ ଝିଅ ସିଡି ଘର ଉପରେ ପୋଡ଼ି ଷ୍ଟାଚ୍ୟୁ ଭଳି ଥିବା ଦେଖିବାକୁ ପାଇଲି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି ।

ସେ ପିଲା ବାରମ୍ବାର ଝିଅକୁ  ଟର୍ଚର୍  କରିଛି । ଏତଲାରେ ସେ ପିଲା ନାଁ ଲେଖି ନାହାନ୍ତି । ମୋର କିଛି ମନେ ପଡୁନି । ସେ ପିଲାର ଘର ଆର ଗାଁରେ ବୋଲି ଜାଣିବାକୁ ପାଇଛି । ମୋତେ ମୋ ପୁଅକୁ ସେ ପିଲା ଝିଅର ଅଶ୍ଳୀଳ ଫଟୋ ପଠାଏ । ଏ ନେଇ ମୁଁ ଦୁଇଥର ଥାନାକୁ ଯାଇଥିଲି ।  ସ୍ଥାନୀୟ ସରପଞ୍ଚକୁ ନେଇକି ଥରେ ଥାନାକୁ ବି ଯାଇଥିଲି । ନଗ୍ନ ଫଟୋ ଛାଡ଼ିବା, ହାରସମେଣ୍ଟ ସହ ଗାଳିଗୁଲଜ କରିବା ନେଇ ଥରେ ଅଭିଯୋଗ କରିଛି । 

You Can Read:

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା : ପାହାଡ଼ ଉପରୁ ମାଟି ଖୋଳି ଶବ ଜବତ କଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.