ବେଙ୍ଗାଲୁରୁ ୦୬/୦୬: ବେଙ୍ଗାଲୁରୁ ଦଳାଚକଟା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ । RCB ମାର୍କେଟିଂ ହେଡ୍ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ପୋଲିସ ।
ଜୁନ୍ ୪ ତାରିଖରେ ବେଙ୍ଗାଲୁରୁରେ RCBର ବିଜୟ ପରେଡ୍ ପୂର୍ବରୁ ହୋଇଥିବା ଦଳାଚକଟା ମାମଲାରେ ପୋଲିସର ପ୍ରଥମ ଗିରଫଦାରୀ । ତିନି ଜଣଙ୍କୁ ହେପାଜତକୁ ନେଇ ପୋଲିସ ଏହି ମାମଲାରେ ଏକ FIR ରୁଜୁ କରିଥିଲା। ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ନିଖିଲ ସୋସଲେ ମୁମ୍ବାଇ ପଳାଇବାକୁ ଚେଷ୍ଟା କରୁଥିଲେ । ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଧରି ପକାଇଥିଲା।
ବେଙ୍ଗାଲୁରୁ ଅଘଟଣ ପାଇଁ ଆୟୋଜକଙ୍କୁ ଗମ୍ଭୀରଙ୍କ ସମାଲୋଚନା, କହିଲେ- ଭିଡ଼ ନିୟନ୍ତ୍ରଣ କରିପାରୁନ ତ ରୋଡ୍ ଶୋ' କରନି
ସୂଚନା ଥାଉକି, ବେଙ୍ଗାଲୁରୁରେ RCBର ବିଜୟ ପରେଡ ପୂର୍ବରୁ ହୋଇଥିବା ଦଳାଚକଟା ଓ ବିଶୃଙ୍ଖଳାରେ ତାଙ୍କର ଭୂମିକା କେତେ ଗମ୍ଭୀର ଥିଲା ତାହା ଜାଣିବା ପାଇଁ ନିଖିଲଙ୍କୁ ପଚରାଉଚରା କରାଯାଉଛି । ଏହି ଘଟଣାରେ ୧୧ ଜଣ ପ୍ରାଣ ହରାଇଥିଲେ । ଅନେକ ଆହତ ହୋଇଛନ୍ତି।
୨୦୨୫ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟାଇଟଲ ଜିତିବା ପରେ ବାଙ୍ଗାଲୋରରେ ଦଳାଚକଟା ହୋଇଥିଲା। ବିଜୟର ଉତ୍ସବ ପାଳନ କରିବାକୁ ପହଞ୍ଚିଥିବା ପ୍ରଶଂସକମାନେ ଜାଣି ନଥିଲେ ଯେ ସେମାନଙ୍କ ସହିତ କ'ଣ ଘଟିବ। ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆରସିବି ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି। ଦାବି କରାଯାଉଛି ଯେ ନିଖିଲ ମୁମ୍ବାଇ ପଳାଇବାକୁ ଚେଷ୍ଟା କରୁଥିଲେ।