ରେଭେନ୍ସା ଛାତ୍ର ମାନେ ଝାଡାବାନ୍ତିରେ ଆକ୍ରାନ୍ତ : ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଏହା ହଇଜା ନୁହେଁ, ଖାଦ୍ୟ ଯୋଗାଉଥିବା ଭେଣ୍ଡରକୁ ବରଖାସ୍ତ

Published By : Prameya-News7 Bureau | July 13, 2025 IST

କଟକ ୧୩।୭: କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନ୍ୟୁ ପିଜି ହଷ୍ଟେଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଛାତ୍ର ମାନେ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ସରକାରଙ୍କ ନିଦ ଭାଙ୍ଗିଲା । ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ନିୟୋଜିତ ହେଲେ ସାନିଟାରୀ ଇନ୍ସପେକ୍ଟର । ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ର ମାନଙ୍କୁ ଭେଟିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ରାତି ସୁଦ୍ଧା ସମସ୍ତଙ୍କୁ ମେଡ଼ିକାଲରୁ ଡିସଚାର୍ଜ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ୪୦ରୁ ଉର୍ଦ୍ଧ୍ବ ଛାତ୍ର ହଷ୍ଟେଲ କ୍ୟାମ୍ପସରେ ଅସୁସ୍ଥ ହୋଇ ପଡ଼ିଥିଲେ । ଝାଡାବାନ୍ତି ହେବା ସହ ଶରୀର ନିସ୍ତେଜ ହୋଇ ପଡ଼ିଥିଲା । ଶନିବାର ସନ୍ଧ୍ୟାରେ ସମସ୍ତଙ୍କୁ ଏସସିବି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଡାଇରିଆ ୱାର୍ଡ ଓ ପରେ ସମସ୍ତଙ୍କୁ ସ୍ଵତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଇଥିଲା । ସବୁଠାରୁ ବଡ଼ କଥା ହେଲା କି ଏହା ଡାଇରିଆ ବୋଲି ପ୍ରଥମେ ଅନୁମାନ କରାଯାଇଥିଲା । ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ଥିଲେ ନ୍ୟୁ ପିଜି ହଷ୍ଟେଲ ଓ ଧର୍ମପଦ ହଷ୍ଟେଲର । ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ର ମାନଙ୍କୁ ମେଡ଼ିକାଲରେ ଭେଟିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, କଟକ ସାଂସଦ ଓ ଅନ୍ୟ ଅଧିକାରୀ ମାନେ । ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ ସମସ୍ତେ  ଏହା ଡାଇରିଆ ନୁହଁ ବରଂ ଖାଦ୍ୟ ଜନିତ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଛି । ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି ରାତି ସୁଦ୍ଧା ପ୍ରାୟ ସମସ୍ତଙ୍କୁ ମେଡ଼ିକାଲରୁ ଡିସଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ସେହିଭଳି ଉକ୍ତ ଦୁଇଟି ହଷ୍ଟେଲକୁ ଖାଦ୍ୟ ଯୋଗାଉଥିବା ଭେଣ୍ଡରକୁ ବରଖାସ୍ତ କରାଯାଇଛି ଓ ରେଭେନ୍ସା ପରିସରରେ ଖାଦ୍ୟର ମାନ ଯାଞ୍ଚ ସହ ଘଟଣାର ଯାଞ୍ଚ କରିବା ପାଇଁ ସାନିଟାରୀ ନିରୀକ୍ଷକ ନିଯୁକ୍ତି କରାଯାଇଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । 

ଅନ୍ୟପଟେ ରବିବାର ପୂର୍ବାହ୍ନରେ ୫ ଜଣ ଛାତ୍ର ମେଡ଼ିକାଲରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ବାହାରିଛନ୍ତି । ବାରମ୍ବାର ବିଶ୍ଵ ବିଦ୍ୟାଳୟର ହଷ୍ଟେଲ ପରିସରରେ ପାଇପ୍ ଲାଇନ୍‌ରେ ଅପରିଷ୍କାର ଓ ପାଣି ଟାଙ୍କିରେ ଅପରିଷ୍କାର ଥିବା ସତ୍ତ୍ବେ କୌଣସି ଅଭିଯୋଗ ଶୁଣୁନାହାନ୍ତି । ଏମିତିକି ଖାଦ୍ୟରେ ମଧ୍ୟ କୌଣସି ସ୍ବଚ୍ଛତା ନଥିବା ସୁସ୍ଥ ହୋଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ।

You Can Read:

ଟ୍ରାଫିକ୍ ରୁଲ୍ ଅବମାନନା, ଯାତ୍ରୀବାହୀ ଅଟୋକୁ ୩୨ହଜାର ଟଙ୍କାର ଜରିମାନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.