ପଦ୍ମ ପୁରସ୍କାର ରାଜନୀତି, ପଲିଟିକ୍ସରେ ଏବେ ପଦ୍ମ... ନେତା କହିଲେ ସବୁଠି ଭୋଟ୍ ରାଜନୀତି ଚାଲ୍

NEWS7
ranveer-singh-sold-two-apartments-in-mumbai

ନୂଆଦିଲ୍ଲୀ,|୧: ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତଳିତ ବର୍ଷ ଜାନୁଆରୀ୨୫ତାରିଖରେ୧୩୧ଜଣଙ୍କୁ ଏହି ସମ୍ମାନ ଦେବା ପାଇଁ ସରକାର ଘୋଷଣାକରିଛନ୍ତି । ଏଥିରେଟି ପଦ୍ମ ବିଭୂଷଣ ଥିବା ବେଳେ୧୩ଟି ପଦ୍ମ ଭୂଷଣ ଏବଂ୧୧୩ଟି ପଦ୍ମଶ୍ରୀ ରହିଛି । ତେବେ ସରକାରଙ୍କ ଘୋଷଣା ପରେ ରାଜନୀତି ଜୋର୍ ଧରିଛି । ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ପାଇଁ ଅଧିକ ପୁରସ୍କାର ଘୋଷଣା କରଯାଇଥିବା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଅଭିଯୋଗ କରିଛନ୍ତି ।

କାର୍ତ୍ତୀ କହିଛନ୍ତି ଯେ, ସରକାର ପଦ୍ମ ପୁରସ୍କାର ବିଜେତାଙ୍କ ଚୟନକୁ ସହଜ କରିଦେଇଛନ୍ତି । ଏବେ କେବଳ ନିର୍ବାଚନ ହେବାକୁ ଥିବା ରାଜ୍ୟର ଲୋକଙ୍କୁ ବାଛିବାକୁ ପଡିବ । ଯଦି ସାରା ଦେଶରେ ଗୋଟିଏ ଦିନରେ ନିର୍ବାଚନ ହେବ ତାହାଲେ ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟା ଜଟିଳ ହେବ ବୋଲି ସେ ବ୍ୟଙ୍ଗ କରିଛନ୍ତି ।

ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ, ଏବେ ଭାରତରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେଉନି । ନହଲେ ସରକାର ସହଜରେ ପଦ୍ମ ପୁରସ୍କାର ବିଜେତାଙ୍କୁ ଚୟନ କରିପାରନ୍ତେ ନାହିଁ । ଏବେ କେବଳ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଫୋକସ କରାଯାଉଛି ।

କେଉଁ ରାଜ୍ୟକୁ କେତେ ପୁରସ୍କାର ?

ନିର୍ବାଚନ ହେବାକୁ ଥିବା ରାଜ୍ୟ ଯେପରିକି କେରଳ, ତାମିଲନାଡୁ, ପଶ୍ଚିମବଙ୍ଗକୁ ଅଧିକ ପୁରସ୍କାର ମିଳିଛି । କେରଳକୁଟି, ତାମିଲନାଡୁକୁ୧୩ଟି ଏବଂ ପଶ୍ଚିମବଙ୍ଗର୧୧ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷଟି ପଦ୍ମ ବିଭୂଷଣରୁଜଣ କେରଳର ଅଟନ୍ତି ।