ଧରାପଡିଗଲା ଜଙ୍ଗଲୀ ବାବୁଙ୍କ ଲାଞ୍ଚ କାରବାର : କାଠ ମାଫିଆ ଠାରୁ ଲାଞ୍ଚ ନେଲେ, ବଳକା ଟଙ୍କା ଫେରାଇଦେଲେ

Published By : Prameya-News7 Bureau | August 17, 2025 IST

ଭଞ୍ଜନଗର ୧୭।୮: ଧରାପଡିଗଲା ଜଙ୍ଗଲୀ ବାବୁଙ୍କ ଲାଞ୍ଚ କାରବାର l କାଠ ଗାଡି ଛାଡିବା ପାଇଁ ମାଫିଆଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ l କାଠ ଭର୍ତ୍ତି ଗାଡି ଛାଡିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ଅଞ୍ଚଳରେ ଭାଇରାଲ୍ ହେଉଛି । 

ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟ ପରିସର କ୍ଵାର୍ଟରରେ ଜଣେ କାଠ ମାଫିଆ ନିଜ ଗାଡି ଛାଡିବା ପାଇଁ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି l ତେବେ ସରକାର ଜଙ୍ଗଲ ବୃଦ୍ଧି ପାଇ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ବାବୁ ନିଜ ସ୍ୱାର୍ଥ ଲାଗି ଗଛ କାଟି ଚାଲାଣ କରିବା ପାଇଁ ମାଫିଆ ମାନଙ୍କୁ ପୁରା ସହଯୋଗ କରୁଛନ୍ତି l 

ଜଣେ ଅଧିକାରୀ କାର୍ଯ୍ୟାଳୟ ପରିସରରେ ମାଫିଆଙ୍କ ସହ ଲାଞ୍ଚ କାରବାର କରୁଥିବା ଭିଡ଼ିଓ ସାମ୍ନାକୁ ଆସିବା ପରେ ବନ ବିଭାଗର ଅସଲ ଗୁମର ଖୋଲିଯାଇଛି l ଅନ୍ୟପଟେ ଭିଡ଼ିଓ ବିଷୟରେ ସେ କିଛି ଜାଣିନଥିବା ଏବଂ କାହା ଠାରୁ ଲାଞ୍ଚ ନେଇନଥିବା କହୁଛନ୍ତି l


You Can Read:

ନା ପହଞ୍ଚିଲେ ରୋଗୀ ପାଖରେ ନା ରୋଗୀଙ୍କୁ ଆଣିଲେ, ରାସ୍ତାରେ ଗାଡି ରଖି ଶୋଇପଡିଲେ ଆମ୍ବୁଲାନ୍ସ କର୍ମଚାରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.