LIVE TV

ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କ ନିଧନ, ଶୋକ ବ୍ୟକ୍ତ କଲେ ରାମାୟଣର 'ଲକ୍ଷ୍ମଣ’

NEWS7

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ଖ୍ୟାତିକୁ ଆଗକୁ ବଢାଇଥିବା ତାଙ୍କ ପୁଅ ପ୍ରେମ ସାଗର ଆଉ ଦୁନିଆରେ ନାହାନ୍ତି। ରବିବାର ପ୍ରେମଙ୍କ ପରଲୋକ ଘଟିଛି। ଆଜି ସକାଳ ପ୍ରାୟ ୧୦ଟାରେ ୮୪ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ପ୍ରେମ ସାଗର। ଗତ କିଛି ବର୍ଷ ଧରି ସେ ବାର୍ଦ୍ଧତ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ନିଧନ ଟିଭି ଓ ଫିଲ୍ମ ଜଗତରେ ଶୋକର ଛାୟା ଖେଳାଇ ଦେଇଛନ୍ତି। ରାମାୟଣରେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରି ପ୍ରେମ ସାଗରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।

ସୁନୀଲ ଲହରୀ ଏକ ଫଟୋ ସେୟାର କରି ଲେଖିଛନ୍ତି- ଏହି ଦୁଃଖଦ ଖବର ଜଣାଇ ଦୁଃଖ ଲାଗୁଛି, ରାମାନନ୍ଦ ସାଗରଙ୍କ ପୁତ୍ର ପ୍ରେମ ସାଗରଙ୍କ ପରଲୋକ ଘଟିଛି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ପରିଜନଙ୍କୁ ଏହି ଦୁଃଖର ସମୟରେ ସହିବାର ଶକ୍ତି ଦିଅନ୍ତୁ।ତାଙ୍କ ପିତାଙ୍କ ପରି ପ୍ରେମ ସାଗର ମଧ୍ୟ ଏକ ଚମତ୍କାର ଫିଲ୍ମ ନିର୍ମାତା ଥିଲେ। ଫିଲ୍ମ ନିର୍ମାତା  ହେବା ସହ ପ୍ରେମ ସାଗର ଜଣେ ଦମଦାର ସିନେମାଟୋଗ୍ରାଫର ଥିଲେ। ତାଙ୍କର ଅନ୍ତିମ ସଂସ୍କାର ଜୁହୁରେ ହେବ। 

ପ୍ରେମ ସାଗର ଅନେକ ଦମଦାର ଫିଲ୍ମ ଏବଂ ଶୋ ନିର୍ମାଣ କରିଛନ୍ତି। ସେ ଅଲିଫ ଲୈଲା, ଚର୍ସ ଓ ଲଲକାର ପରି ଫିଲ୍ମ ନିର୍ମାଣ କରିଛନ୍ତି। ଏହା ବ୍ୟତୀତ ଦୂରଦର୍ଶନର ଶୋ ବିକ୍ରମ ବେତାଳ ପାଇଁ ସେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଏହି ଶୋ ବେଶ ଲୋକପ୍ରିୟ ହୋଇଥିଲା। ପ୍ରେମ ସାଗର ଶୋରେ ନିର୍ଦ୍ଦେଶନା ଦେବା ସହ ଶୋର ପ୍ରଯୋଜକ ମଧ୍ୟ ଥିଲେ।