News7 Logo

ଦାଉଦ୍ ଇବ୍ରାହିମ୍‌ଙ୍କୁ ନିଜର ପ୍ରେରଣା କହିଲେ ରାମ ଗୋପାଳ ବର୍ମା ; ରାଗିଲେ ସୋସିଆଲ ମିଡ଼ିଆ ୟୁଜର

NEWS7
-

ମୁମ୍ୱାଇ – ଫିଲ୍ମମେକର ରାମ ଗୋପାଳ ବର୍ମା ଟିଚର୍ସ ଡେ ଅବସରରେ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି। ଉକ୍ତ ପୋଷ୍ଟରେ ରାମ ଗୋପାଳ ବର୍ମା ସେହି ଲୋକଙ୍କ ନାଁ ଲେଖି ଧନ୍ୟବାଦ ଦେଇଛନ୍ତି , ଯେଉଁମାନେ ତାଙ୍କୁ ଜୀବନରେ ପ୍ରେରଣା ଦେଇଛନ୍ତି। ଏହି ନାଁର ତାଲିକାରେ ରାମ ଗୋପାଳ ବର୍ମା ଗୋଟିଏ ନାଁ ଦାଉଦ ଇବ୍ରାହିମ୍‌ର ଲେଖିଛନ୍ତି। ଏହି କଥା ଉପରେ ସୋସିଆଲ ମିଡ଼ିଆ ୟୁଜରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକେ ପଚାରିଛନ୍ତି ଯେ, ଦାଉଦ ଇବ୍ରାହିମ୍‌ ଠାରୁ କେମିତି ପ୍ରେରଣା ମିଳିଲା ଟିକିଏ ବୁଝାଇଲେ।

ରାମ ଗୋପାଳ ବର୍ମା ଏକ୍ସରେ ପୋଷ୍ଟ ଲେଖିଛନ୍ତି- ଏକ ବଡ଼ ସଲାମ ସେହି ଲୋକଙ୍କ ପାଇଁ ଯିଏକି ମୋତେ ଯାହା ଆଜି ମୁଁ ଓ ଯେଉଁ ଫିଲ୍ମ ମୁଁ କରିଛି ଏଥିପାଇଁ ପ୍ରେରଣା ଦେଇଛନ୍ତି। ଅମିତାଭ ବଚ୍ଚନ , ଷ୍ଟିଭନ ସ୍ପିଲବର୍ଗ ,  ଏଇନ  ରାଣ୍ଡ , ବ୍ରୁସ୍‌ ଲି , ଶ୍ରୀଦେବୀ ଏବଂ ଦାଉଦ୍‌ ଇବ୍ରାହିମ୍‌ । ହ୍ୟାପି ଟିଚର୍ସ ଡେ।

ରାମ ଗୋପାଳ ବର୍ମା ଆହୁରି ଲେଖିଛନ୍ତି – ବହୁତ ଲୋକ ମୋତେ ଅନେକ କଥା ଶିଖାଇଛନ୍ତି ...କପ୍ସ , ଗ୍ୟାଙ୍ଗଷ୍ଟର୍ସ , ରାଜନେତାମାନେ , ଭୂତ୍‌ ଓ ଚ୍ୟାଟ୍‌ ଜିପିଟି ...ଏକମାତ୍ର ଲୋକ ଯିଏ ମୋତେ କେବେ କିଛି ଶିଖାଇ ନାହାନ୍ତି , ସେ ମୋର ସ୍କୁଲ ଓ କଲେଜର ଟିଚର୍ସ, ହ୍ୟାପି ଟିଚର୍ସ ଡେ।

Here’s a BIG SALUTE to all the GREATS who inspired me to become whatever I became and to make whatever films I made, starting from AMITABH BACHCHAN, STEVEN SPIELBERG , AYN RAND ,BRUCE LEE, SRIDEVI and DAWOOD IBRAHIM 🙏🙏🙏 HAPPY TEACERS DAY 💐💐💐

— Ram Gopal Varma (@RGVzoomin) September 5, 2025

ରାମ ଗୋପାଳଙ୍କ ପୋଷ୍ଟରେ ଦାଉଦ୍‌ର ନାଁ ଦେଖି କିଛି ସୋସିଆଲ ମିଡ଼ିଆ ୟୁଜର ରାଗି ଉଠିଛନ୍ତି, ଜଣେ ୟୁଜର ଲେଖିଛନ୍ତି – ଶିକ୍ଷକ ଦିବସର ଉଦ୍ଦେଶ୍ୟ ସେହି ପ୍ରକୃତ ଗୁରୁଙ୍କର ସମ୍ମାନ କରିବା ,ଯେଉଁମାନେ ଜ୍ଞାନ ଓ ମୂଲ୍ୟବୋଧ ସହ ଜୀବନକୁ ଗଢିଛନ୍ତି , ଏହା କୌଣସି ଆତଙ୍କବାଦୀର ମହିମାଜ୍ଞାନ କରିବା ପାଇଁ ନୁହେଁ। ଦାଉଦ ଇବ୍ରାହିମର ନାଁ ମହାପୁରୁଷଙ୍କ ସହ ଯୋଡ଼ିବା ସବୁ ପ୍ରକୃତ ଶିକ୍ଷକଙ୍କ ଅପମାନ। ଲଜ୍ଜାଜନକ। ଆଉ ଜଣେ ୟୁଜର ଲେଖିଛନ୍ତି-ସାର୍‌ ଆପଣଙ୍କୁ ଦାଉଦ୍‌ ଇବ୍ରାହିମ୍ କେମିତି ପ୍ରେରଣା ଦେଲେ , ଟିକେ ବୁଝାଇଲେ। ତୃତୀୟ ୟୁଜର ଲେଖିଛନ୍ତି – ଅମିତାଭ ବଚ୍ଚନ ତ ଚଳିବେ, ହେଲେ ଦାଉଦ୍‌ ଇବ୍ରାହିମ୍ ଠାରୁ କଣ ପ୍ରେରଣା ମିଲିଛି ,ଯିଏ ଜଣେ ଅଣ୍ଡରୱାର୍ଲ୍ଡ ଡନ୍‌।