ରବାତ ୨୨।୯: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମରକ୍କୋରେ ଭାରତୀୟ ସମୂଦାୟକୁ ଭେଟିଛନ୍ତି। ଏହି ଅବସରରେ ସେ ପାକ୍ ଅଧିକୃତ କାଶ୍ମୀର(ପିଓକେ)କୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ପିଓକେ ନିଜେ ନିଜକୁ ଭାରତର ଅଂଶ ଘୋଷଣା କରିବ। ସେଠାକାର ଲୋକେ ଏବେ ସ୍ୱର ଉତ୍ତୋଳନ କଲେଣି- ଆମେ ବି ଭାରତୀୟ। ଅପରେସନ ସିନ୍ଦୂରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ସେମାନେ ଭାରତର ପ୍ରଗତି ଓ ଭାରତୀୟ ସମୂଦାୟଙ୍କ ପରିଶ୍ରମକୁ ତାରିଫ କରୁଛନ୍ତି।

ଭାରତୀୟ ସମୂଦାୟଙ୍କ ସହ ଆଲୋଚନାରେ ରାଜନାଥ କହିଛନ୍ତି ଯେ ବିନା ଆକ୍ରମଣରେ ପିଓକେ ଆମର ହେବ। ଏ କଥା ଏବେ ପିଓକେ ଲୋକେ ଦାବି କରିବା ଆରମ୍ଭ କରିଦେଲେଣି। ସେ କହିଛନ୍ତି ୫ ବର୍ଷ ପୂର୍ବେ କାଶ୍ମୀର ଘାଟିରେ ଭାରତୀୟ ସେନାକୁ ଉଦବୋଧନ ଦେବା ବେଳେ ମୁଁ କହିଥିଲି ପିଓକେ କୁ ନେଇ ଚିନ୍ତା କରିବାର କିଛି ନାହିଁ, ସେ ତ ଆମର। ଆଗକୁ ଦିନ ଆସୁଛି ପିଓକେ କହିବ ମୁଁ ବି ଭାରତ। ସେ ଦିନ ନିଶ୍ଚିତ ଆସିବ।

ରାଜନାଥ ପିଓକରେ ହେଉଥିବା ପରିବର୍ତ୍ତନର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ସେଠାକାର ଲୋକେ ଭାରତ ସହିତ ସଂଯୁକ୍ତ ହେବା ଲାଗି କହିଲେଣି। ଏହା ଭାରତର ମଜଭୁତ ନୀତିର ଫଳ ବୋଲି ରାଜନାଥ କହିଛନ୍ତି। ମରକ୍କୋର ଭାରତୀୟ ସମୂଦାୟ ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଦୃଢ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି। ଏହି ଆକ୍ରମଣ