ନୂଆଦିଲ୍ଲୀ: ପ୍ରକୃତି ଛଡ଼ା ପାକିସ୍ତାନ । ପୁଣି କଲା ହୀନ ଉଦ୍ୟମ । ଅସ୍ତ୍ରବିରତି ମାତ୍ର ୩ ଘଣ୍ଟା ପରେ ନିୟମ ଉଲ୍ଲଙ୍ଘନ କଲା । ସୀମାରେ ଜୋରଦାର ଗୁଳିଗୋଳା ବର୍ଷା କରିଛି ପାକିସ୍ତାନ । ଜମ୍ମୁରୁ ଜୈସଲମେର ପର୍ଯ୍ୟନ୍ତ ହେଭି ଫାୟାର ହୋଉଛି । ଏହାସହିତ ଡ୍ରୋନ ହମଲା ହୋଇଥିବା ସୂଚନା ରହିଛି । ରାଜସ୍ଥାନର ବାଡ଼ମେର ସିଜ୍ ଫାୟାର ଉଲ୍ଲଙ୍ଘନ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ବ୍ଲାକଆଉଟ୍ ସହ ଏୟାରଷ୍ଟ୍ରାଇକର ସତର୍କତା ଜାରି କରାଯାଇଛି । ସେହିପରି ଜୈସଲମେର ମଧ୍ୟ ବ୍ଲାକଆଉଟ୍ ଜାରି କରାଯାଇଛି । ଏହାଛଡ଼ା ପୋଖରାନରେ ବିସ୍ଫୋରଣ ହୋଇଥିବା ଶବ୍ଦ ଶୁଣିବାକୁ ମିଳିଛି ।
#WATCH | Rajasthan: A complete blackout has been enforced in the city of Barmer
— ANI (@ANI) May 10, 2025
(Visuals deferred by an unspecified time) pic.twitter.com/OMvS5FG1eP
କେବଳ ରାଜସ୍ଥାନ ନୁହେଁ ଜମ୍ମୁ-କାଶ୍ମୀରର ଉଦମପୁର, ଶ୍ରୀନଗରରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ଘୋଷଣା ପରେ ପଶ୍ଚିମ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ରହୁଥିବା ଲୋକଙ୍କୁ ଶନିବାର ସଂଧ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । ମାତ୍ର ଏହାର କିଛି ସମୟ ପରେ ପୁଣି ବ୍ଲାକଆଉଟ୍ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା, ହେଲେ ଭାରତୀୟ ସେନା ଏହି ହମଲାକୁ ବିଫଳ କରିଦେଇଛି ।..