LIVE TV

ନୂଆପଡ଼ାରେ ନିର୍ବାଚନୀ ପ୍ରଚାରରେ ସାମିଲ ହେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ, କହିଲେ- ଲୋକଙ୍କ ଉତ୍ସାହ କହୁଛି ଜୟ ଢୋଲକିଆ ନିଶ୍ଚୟ ବିଜୟୀ ହେବେ

NEWS7
rajastan-govt-prohibited-fire-cracker-on-new-year-eve

ନୂଆଦିଲ୍ଲୀ: ନୂଆପଡ଼ା ବ୍ଲକ୍ ଓ ନୂଆପଡ଼ା ଏନ୍‌ଏସିରେ ଓଡ଼ିଆ ଭାଷା ବାଦ୍ ହିନ୍ଦୀ ଓ ଲରିଆ ଭାଷାର ବହୁଳ ବ୍ୟବହାର ରହିଛି। ଏଥିପାଇଁ ଛତିଶଗଡ଼ର ପ୍ରଭାବରେ ଏଠାରେ ବହୁ ଲୋକ ଲରିଆ ଭାଷାରେ କଥା ହେଉଛନ୍ତି। ଏମିତିରେ ଉଭୟ ବିଜେପି ଓ କଂଗ୍ରେସର ବହୁ ସଂଖ୍ୟାରେ ଛତିଶଗଡ଼ୀ ନେତା ଡେରା ପକାଇଛନ୍ତି।

ଏହି କ୍ରମରେ ଶୁକ୍ରବାର ଛତିଶଗଡ଼ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପ୍ରଚାର ଏବଂ ଲୋକଙ୍କ ଉତ୍ସାହ ଦେଖିଲେ ଲାଗୁଛି ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଜୟ ଢୋଲକିଆଙ୍କ ବିଜୟ ସୁନିଶ୍ଚିତ। ରାଜ୍ୟରେ ମୋହନ ସରକାରଙ୍କ ନେତୃତ୍ବରେ ସୁଭଦ୍ରା, ଧାନ ଏମଏସପି ବୃଦ୍ଧି ଭଳି ଲୋକାଭିମୁଖୀ କାର୍ଯ୍ୟ ସରକାର କରିଛନ୍ତି। ଯେଉଁଥିପାଇଁ ସରକାରଙ୍କ ଲୋକପ୍ରିୟତା ନିର୍ବାଚନରେ ପ୍ରତିଫଳିତ ହେବ। ’’

ରାଜନୀତିରେ ଆରୋପ ପ୍ରତ୍ୟାରୋପ ଚଳିବ, କିନ୍ତୁ ଏଭଳି ଭାଷା ଠିକ୍ ନୁହଁ। ସମସ୍ତେ ସ୍ବତନ୍ତ୍ର। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। ଏଭଳି ଦର୍ଶାଉଛି ଯେ, ବୟାନ ହଡ଼ବଡ଼େଇ ଦିଆଯାଇଛି। ତାଙ୍କ ଦଳ ଏଠାରେ ସମ୍ପୂର୍ଣ୍ଣ ଭାବେ ହାରିବାକୁ ଯାଉଛି। ଯେଉଁଥିପାଇଁ ଏପରି ଟିପ୍ପଣୀ କରୁଛନ୍ତି ବୋଲି କହିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ।