କାଲିମେଳା ୧୬।୦୮ : ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା ପୋଲ । ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଏମ୍ଭି ୯୬ ପୋଲ। ଶନିବାର ଭୋର ୪ଟାରୁ ପୋଲ ଉପରେ ପାଖାପାଖି ୨ ରୁ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି ଜିଲ୍ଲା କାଲିମେଳାରୁ ଏମ୍ଭି ୯୬କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଖବର ଅନୁଯାୟୀ, ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଯେଉଁଥି ଲାଗି କାଲିମେଳା ବ୍ଲକ ଏମଭି ୯୬ ଗ୍ରାମ ନିକଟ ପୋଲ ଉପରେ ୨ ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏପିରିକି ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଉଭୟ ପାର୍ଶ୍ଵରେ ଯାତ୍ରୀବାହୀ ବସ୍ ଠାରୁ ଆରମ୍ଭ କରି ମାଲବାହୀ ଟ୍ରକ୍ ଓ ଅନ୍ୟାନ୍ୟ ଗାଡି ଅଟକି ରହିଛି। ଏମଭି ୭୯ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ନେତୃତ୍ୱରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। କାଲିମେଳା ଅଞ୍ଚଳରେ ଅଧିକ ବର୍ଷା ହେଉ ନଥିଲେ ମଧ୍ୟ ଉପର ମୁଣ୍ଡରେ ବର୍ଷା ଯୋଗୁଁ ପାଣି ବଢୁଥିବା ଜଣାପଡ଼ିଛି।