ଭୁବନେଶ୍ବର ୧୯।୮: ଓଡ଼ିଶାରେ ପୁଣି ବର୍ଷା ସମ୍ଭାବନା। ପୁଣି ଲଘୁଚାପ ଯୋଗୁଁ ୨୩ ରୁ ୨୫ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଏହା ସହିତ ଚଳିତ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସୂଚନା ଦେଇଛି। ମନସୁନ ସମୟରେ ଜଳୀୟ ବାଷ୍ପ ଅଧିକ ରହୁଛି। ଏହା ଦ୍ବାରା ବାୟୁମଣ୍ଡଳ ଅସ୍ଥିର ହେଉଛି। ଭର୍ଟେକ୍ସ ଶକ୍ତିଶାଳୀ ହେଲେ ଲମ୍ବା ଓ ବଡ ବର୍ଷା ହେବ। ବୁଧବାର ଆଡ଼କୁ ବର୍ଷା ପରିମାଣ କମିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ।
ଲଘୁଚାପ ଯୋଗୁଁ ୨୩ ରୁ ୨୫ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନ। ୨୪ ତାରିଖରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ବାଂଲାଦେଶ ଓ ନିକଟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଇଏମଡି। ଏହା ସହିତ ଚଳିତ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପୁଣି ୨୭ ଓ ୨୮ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି, ଯାହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ ବୋଲି ସୂଚନା ମିଳିଛି।
ମନସୁନ ସମୟରେ ଜଳୀୟ ବାଷ୍ପ ଅଧିକ ରହୁଛି। ପାଖାପାଖି ୮୦ ପ୍ରତିଶତରୁ ଅଧିକ ରହୁଛି ତାପମାତ୍ରା। ଫଳରେ ଗୁଳୁଗୁଳି ବଢୁଛି। ଏହା ଦ୍ବାରା ବାୟୁମଣ୍ଡଳ ଅସ୍ଥିର ହେଉଛି। ଭର୍ଟେକ୍ସ ଶକ୍ତିଶାଳୀ ହେଲେ ଲମ୍ବା ଓ ବଡ ବର୍ଷା ହେବ। ତେଣୁ ଦୂରତାରେ ବର୍ଷା ହେଉଛି ଓ ଲୋକାଲ ଏରିଆରେ କମ୍ ବର୍ଷା ହେଉଛି। ବୁଧବାର ଆଡ଼କୁ ବର୍ଷା ପରିମାଣ କମିବ ବୋଲି ସୂଚନା ଦେଇଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ । ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିଛି । ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।