ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଆସିଗଲା IRCTCର ନୂଆ RailOne ଅଲ୍–ଇନ୍‌-ୱାନ୍‌ ଆପ୍‌

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ : ରେଲୱେ ଟିକେଟ୍‌ ବୁକ୍‌ କରିବା ଠାରୁ ନେଇ ଟ୍ରେନ୍‌ରେ ଖାଦ୍ୟ ଅର୍ଡର କରିବା ଯାଏ , ଆପଣଙ୍କର ଆଉ ଅନେକ ଆପ୍‌ର ଆବଶ୍ୟକ ପଡ଼ିବ ନାହିଁ। ଆଇଆରସିଟିସି ନିଜର ନୂଆ ସୁପର ଆପ୍‌ ରେଲ୍‌ୱାନ ଆନୁଷ୍ଠାନିକ ଭାବେ ୧ଜୁଲାଇରେ ଲଞ୍ଚ କରିଛି, ଯାହା ଯାତ୍ରୀଙ୍କ ପାଇଁ ରେଲଯାତ୍ରା ସହ ଜଡ଼ିତ ସବୁ ଡିଜିଟାଲ ସେବା ଗୋଟିଏ ପ୍ଲାଟଫର୍ମକୁ ଆଣିଛି। ଏହି ଆପ୍‌ ଏବେ ଗୁଗଲ ପ୍ଲେ ଷ୍ଟୋର୍‌ ଓ ଆପଲ୍‌ ଆପ୍‌ ଷ୍ଟୋର ଉଭୟରେ ଉପଲବ୍ଧ ଅଛି।

ରେଲ୍‌ୱାନ୍‌ ଆପ୍‌କୁ ସେଣ୍ଟର ଫର୍‌ ରେଲୱେ ଇନଫର୍ମେସନ ସିଷ୍ଟମ (ସିଆରଆଇଏସ) ଓ ଆଇଆଇସିଟିସର ସହଭାଗୀତାରେ ବିକଶିତ କରାଯାଇଛି। ଏହାର ଉଦ୍ଦେଶ୍ୟ ଯାତ୍ରୀଙ୍କୁ ପୁରୁଣା ଓ ବିକ୍ଷିପ୍ତ ଆପ୍‌ ସିଷ୍ଟମରୁ ଯାତ୍ରୀଙ୍କୁ ମୁକ୍ତ କରିବା। ଏହା ପୂର୍ବରୁ ୟୁଜରଙ୍କୁ ଅଲଗା ଅଲଗା କାମ ପାଇଁ Rail Connect, NTES ,UTS, Rail Madad ଓ Food On Track ଭଳି ଆପ୍ସ୍‌ ବ୍ୟବହାର କରିବାକୁ ପଡ଼ୁଥିଲା , କିନ୍ତୁ ଏବେ ଏସବୁ ଫିଚର୍ସ ଗୋଟିଏ ହିଁ ଆପ୍‌ରେ ମିଳିଯିବ। 

RailOneର ଇଣ୍ଟରଫେସ୍‌ ଆଧୁନିକ ଓ କ୍ଲିନ୍‌ ଡିଜାଇନ୍‌ ସହ ଆସିଥାଏ , ଯେଉଁଥିରେ ୟୁଜରଙ୍କ ଅନୁଭବ ଆହୁରି ଭଲ ହୋଇ ଯାଇଛି। ଏବେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିବା , ଲାଇଭ୍‌ ଟ୍ରେନ୍‌ ଷ୍ଟାଟସ୍‌ ଦେଖିବା , ପିଏନଆର ଷ୍ଟାଟସ ଚେକ୍‌ କରିବା , ପ୍ଲାଟଫର୍ମ ଟିକେଟ୍‌ ନେବା ବା ଟ୍ରେନ୍‌ରେ ଖାଦ୍ୟ ଅର୍ଡର କରିବା – ସବୁକିଛି କେବଳ ଗୋଟିଏ ବା ଦୁଇଟି ଟ୍ୟାପ୍‌ରେ କରାଯାଇ ପାରେ।

ଆଇଆରସିଟିସିର କହିବାନୁସାରେ , ରେଲ୍‌ୱାନ (RailOne) କେବଳ ବୁକିଂ ଟୁଲ୍‌ ନୁହେଁ, ବରଂ ଏହା ଏକ ଅଲ୍‌-ଇନ୍-ୱାନ୍‌ ଟ୍ରାଭେଲ କମାଣ୍ଡ ସେଣ୍ଟର ପରି କାମ କରିବା ଭଳି। ଏଥିରେ ତତ୍କାଳ ଟିକେଟ୍‌ ପାଇଁ ଅଟୋ-ଫିଲ୍‌ ଫିଚର , ରିୟଲ-ଟାଇମ୍‌ ଟ୍ରେନ୍‌ ଟ୍ରାକିଂ , ମଲ୍ଟି-ପେମେଣ୍ଟ ଅପସନ୍ସ, ଟ୍ରାଭେଲ ଇନ୍ସୁରାନ୍ସ, ଫ୍ରିଲାନ୍ସର୍ସ ଓ ବି୨ବି ଲଜିଷ୍ଟିକ୍ସ ବୁକିଂ ଭଳି ସେବା ମଧ୍ୟ ସାମିଲ ଅଛି। ଗ୍ରିଭାନ୍ସ ରିଡ୍ରେସଲ ଅର୍ଥାତ୍‌ ଅଭିଯୋଗର ସମାଧାନ ମଧ୍ୟ ଏହି ଆପ୍‌ରୁ ହିଁ ସମ୍ଭବ ହେବ।

ଆଇଆରସିଟିସିର କହିବାନୁସାରେ, ଏହି ସୁପର୍‌ ଆପ୍‌ ଯାତ୍ରୀଙ୍କ ସମୟ ଓ ମୋବାଇଲର ମେମୋରୀ ଉଭୟକୁ ସଞ୍ଜୟ କରିବ। ଏହାସହ ରିୟଲ-ଟାଇମ୍‌ ଆଲର୍ଟ୍ସ ଓ ପର୍ସନଲାଇଜ୍‌ଡ ଟ୍ରାଭେଲ ସଜେସନ ଭଳି ସ୍ମାର୍ଟ ଫିଚର୍ସ ଏହାକୁ ଆଗାମୀ ସମୟରେ ରେଲୱେ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ଆପ୍‌ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.