ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ, ଦୀର୍ଘ ଦିନ ଧରି କର୍କଟ ରୋଗରେ ଥିଲେ ପୀଡ଼ିତ

NEWS7
rahul-dravid-walks-on-crutches-during-rajasthan-royals-training-camp-

ଭୁବନେଶ୍ୱର ୦୨/୦୧: ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କାହାଳିଆ ସ୍ଥିତ ବାସଭବନରେ କଲେ ଶେଷ ନିଶ୍ବାସ ତ୍ୟାଗ । ଦୀର୍ଘ ଦିନ ଧରି କର୍କଟ ରୋଗରେ ଥିଲେ ପୀଡ଼ିତ । ନୀଳଗିରି ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ । କଂଗ୍ରେସ ଟିକେଟ୍‌ରୁ ନିର୍ବାଚିତ ହୋଇଥିଲେ ଅକ୍ଷୟ । ୧୯୮୦-୮୫, ୧୯୯୦-୯୫ ଯାଏଁ ଥିଲେ ବିଧାୟକ । 


ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ଓଡ଼ିଶା ବିଧାନସଭାର ସେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ନୀଳଗିରିରେ ହିଁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଅକ୍ଷୟ କୁମାର ଆଚାର୍ଯ୍ୟ ୧୯୬୯ ମସିହାରେ ଭାରତୀୟ କଂଗ୍ରେସ ଯୋଗ ଦେଇଥିଲେ । ଅକ୍ଷୟ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଇନ୍ଦିରା କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।