LIVE TV

ବର୍ଷ ବର୍ଷ ଧରି ସରୁନି ରାସ୍ତା ଓ ଡ୍ରେନେଜ୍ କାମ, ଲାଗିଲା ଅଜବ ପୋଷ୍ଟର

NEWS7
rabada-serves-suspension-for-recreational-drug-use

ବଲାଙ୍ଗିର ୧୫୧୦: ବର୍ଷ ବର୍ଷ ଧରି କାମ ହେଉଛି । ସରିବାର ନାଁ ନେଉନାହିଁ । ସ୍ବର ଉଠାଇଲେ ବି ଶୁଣିବାକୁ କେହି ନାହିଁ । ପଚାରିଲେ ବି ମିଳୁନି ଉତ୍ତର । ଏହାକୁ ନେଇ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକ । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି କରିଛନ୍ତି ଅଜବ ପ୍ରତିବାଦ । ଢ଼ଗ ଢ଼ମାଳି ପୋଷ୍ଟରରେ ଲେଖାହୋଇଛି । ବଲାଙ୍ଗିଜିଲ୍ଲା ତୁଷୁରା ଅଞ୍ଚଳରେ ଏଭଳି ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିଜିଲ୍ଲା ତୁଷୁରା ଏନଏସି ଅଞ୍ଚଳରେ ବର୍ଷ ବର୍ଷ ଧରି ରାସ୍ତା ଓ ଡ୍ରେନେଜ କାମ ହେଉଛି । କିନ୍ତୁ ସରିବାର ନା ନେଉନାହିଁ । ଏହି ଅଧପନ୍ତରିଆ କାମ ଯୋଗୁଁ ଲୋକ ସବୁବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମିତି କି କେହି କେହି ଦୁର୍ଘଟଣା ଶିକାର ମଧ୍ୟ ହେଉଛନ୍ତି । ଏହାକୁ ନେଇ ଲୋକ ଧାରଣାଠୁ ପ୍ରତିବାଦ ଆନ୍ଦୋଳନ ସବୁ କିଛି କରିସାରିଲେଣି ହେଲେ ନା ବିଭାଗ, ନା ପ୍ରସାସନ ନା ଠିକାଦାର କେହି ଶୁଣୁନାହାନ୍ତି । କେଉଁଠି ଅସୁବିଧା ଅଛି କାମ ନହେବାରେ ତାହା ମଧ୍ୟ ପଚାରିଲେ ଉତ୍ତର ନାହିଁ । ଏନେଇ ଅଜବ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକ । ତୁଷୁରା ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛନ୍ତି । କେଉଁଠି ଲେଖା ହୋଇଛି ଧର ଧର ଡାକ ଦେଲା ପିଡବ୍ଲୁଡି କୁଆଡେ ଗଲା, ‘ଜୁହାର କରୁଛି ତେ ଆଉ ହୀନସ୍ଥା ନାଇ କର ମତେ’ ।

ସେହିପରି ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଟ୍ରେଣ୍ଡରେ ଥିବା ଗୋଟି ଗୀତର ପଦକୁ ନେଇ ମଧ୍ୟ ଲଗାଇଛନ୍ତି ପୋଷ୍ଟର ବେଡା ଲାଜୁଛେ ଖାଲେ ନାଇ ପଡୁ ଏଭଳି କିଛି ହାସ୍ୟାସ୍ପଦ ଓ ବିଭାଗର ଦୁର୍ବଳତାକୁ ନେଇ ସେମାନଙ୍କୁ ଡାଇଲଗ୍ ମାରିବା ଭଳି ପୋଷ୍ଟର ଦେଇଛନ୍ତି । ତା ଠାରୁ ବଡ଼ କଥା ଠିକାଦାର, ପୂର୍ତ୍ତ ବିଭାଗ ଯନ୍ତ୍ରୀ, ଏସଡିଓ ଏସଇଙ୍କ ନମ୍ବର ଦେଇ ଲୋକଙ୍କୁ ରାସ୍ତା କାମ କାହିଁକି ହେଉନାହିଁ ବୋଲି ପ୍ରଶ୍ନ ପଚାରିବାକୁ କହିଛନ୍ତି । ଏହାକୁ ନେଇ ସମଗ୍ର ଜିଲ୍ଲାରେ ବେଶ୍ର୍ଚ୍ଚା ହେଉଛି । ଏହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେଉଛି ।