Live Live
LIVE

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ମାନ୍ଦା ପଡ଼ିଲାଣି ପରିବହନ; ୯୨ ମିଲିଅନ ଯାତ୍ରୀ ପ୍ରଭାବିତ, ଟଙ୍କା ପଠାଇପାରୁ ନାହାନ୍ତି ପ୍ରବାସୀ ଭାରତୀୟ

NEWS7
quick-commerce-platforms-flouting-fdi-norms-competition-law-alleges-cait

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଇରାନୀ ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବା ପରେ, ଉକ୍ତ ଅଞ୍ଚଳଗୁଡ଼ିକରେ ବିମାନ ସେବା ପ୍ରଭାବିତ ହୋଇଛି। ଗୁରୁତର ଭାବରେ ପ୍ରଭାବିତ ବିମାନବନ୍ଦରଗୁଡ଼ିକ ମଧ୍ୟରେ ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ରହିଛି। ଏହା ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦର, ଏଥିରେ ସାଧାରଣତଃ ବାର୍ଷିକ ପ୍ରାୟ ୯୨ ମିଲିଅନ ଯାତ୍ରୀ ଯାଆସ କରନ୍ତି। ପ୍ରାୟ ପ୍ରତି ୭୨ ସେକେଣ୍ଡରେ ଏଠାରେ ବିମାନ ଉଡ଼ାଣ ଓ ଅବତରଣ କରିଥାଏ।

ଯୁଦ୍ଧ ଯୋଗୁ ଶନିବାର (୨୮ ଫେବୃଆରୀ, ୨୦୨୬) ପ୍ରଥମେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ହୋଇଥିଲା। ଏବଂ ଏହାର କିଛି ଘଣ୍ଟା ମଧ୍ୟରେ, ଦୁବାଇ, ଦୋହା ଏବଂ ଆବୁଧାବି ସମେତ ପ୍ରମୁଖ ଗଲ୍ଫ ବିମାନ ଚଳାଚଳ କେନ୍ଦ୍ରଗୁଡ଼ିକୁ ଅଫ୍ଲାଇନ୍ ହୋଇଯାଇଥିଲେ। ଅଲ୍ ଜାଜିରାର ଏକ ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ତିନି ଦିନ ମଧ୍ୟରେ, ଅତି କମରେ ୧୨,୦୦୦ ବିମାନ ବାତିଲ ହୋଇଥିଲା, ଯାହା ନିର୍ଦ୍ଧାରିତ ବିମାନ ପ୍ରସ୍ଥାନର ପ୍ରାୟ ୪୦ ପ୍ରତିଶତ ଥିଲା। ଫଳରେ ଦଶ ଲକ୍ଷରୁ ଅଧିକ ଯାତ୍ରୀ ଫସି ରହିଥିଲେ।

ଇରାକ ଏବଂ ଇରାନ ବିମାନ ବନ୍ଦର ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଏହି ଦୁଇ ବିମାନ ବନ୍ଦର ଆକାଶ ପଥ ୟୁରୋପକୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆ ସହିତ ସଂଯୋଗ କରୁଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କରିଡର ଭାବରେ କାର୍ଯ୍ୟ କରେ। ଏହି ରୁଟ୍ ସେଣ୍ଟରରେ ତିନୋଟି ପ୍ରମୁଖ ଉପସାଗରୀୟ ବିମାନବନ୍ଦର ରହିଛି। ପ୍ରତ୍ୟେକ ଦିନ ଏଠାରେ ପ୍ରାୟ ୯୦,୦୦୦ ଯାତ୍ରୀ ଯାଆସ କରନ୍ତି। ଏମିରେଟ୍ସ, କତାର ଏୟାରୱେଜ୍ ଏବଂ ଏତିହାଦ ଏୟାରୱେଜ୍ ସମେତ ବିମାନ କମ୍ପାନୀଗୁଡ଼ିକ ମିଳିତ ଭାବରେ ବାର୍ଷିକ ୬୮ ବିଲିୟନ ଡଲାରରୁ ଅଧିକ ରାଜସ୍ୱ ସୃଷ୍ଟି କରନ୍ତି।

ଯଦିଓ ଓଜନ ଅନୁସାରେ ଏହି ରୁଟ୍ରେ ବିମାନ କାର୍ଗୋ ବିଶ୍ୱ ବାଣିଜ୍ୟର ମାତ୍ର ଏକ ପ୍ରତିଶତରୁ କମ୍ ଅଟେ,କିନ୍ତୁ ମୂଲ୍ୟ ଅନୁସାରେ ବିଶ୍ୱ ବାଣିଜ୍ୟର ଏହା ପ୍ରାୟ ୩୫ ପ୍ରତିଶତ ପ୍ରତିନିଧିତ୍ୱ କରେ। ବାର୍ଷିକ ୮ ଟ୍ରିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ପରିବହନ ଏହି ରୁଟ୍ରେ ହୋଇଥାଏ। ବିମାନ ସେବା ବନ୍ଦ ହେବାରୁ ଏଗୁଡ଼ିକ ବାଧାପ୍ରାପ୍ତ ହୋଇଥିଲା।

ବଡ଼କଥା ହେଲା ଏହିସବୁ ରୁଟ୍‌ରେ ଚାଲୁଥିବା ବିମାନରେ ଏପରି ସାମଗ୍ରୀ ପରିବହନ କରାଯାଏ ଯାହାର ଶୀଘ୍ର ଡେଲିଭରି ହେବା ଆବଶ୍ୟକ ପଡ଼ିଥାଏ, ଯେପରିକି ଏକ୍ସପାୟରି ଡେଟ୍ ଥିବା ଟୀକା, ଶୀଘ୍ର ଉତ୍ପାଦନ ହେବାକୁ ଥିବା ସେମିକଣ୍ଡକ୍ଟର ଏବଂ କମ୍ ସମୟରେ ଖରାପ ହେଇଯାଉଥିବା ବିଭିନ୍ନ ଉତ୍ପଦାନ ଆଦି ସାମଗ୍ରୀ ପରବହନ ହୋଇଥାଏ। ବର୍ତ୍ତମାନ ଯୁଦ୍ଧ ଯୋଗୁ ଏଗୁଡ଼ିକ ଇରାନ ଏୟାରସ୍ପେସ୍କୁ ଏଡ଼ାଇ ଯାଉଥିବାରୁ ପରିବହନ ଖର୍ଚ୍ଚ ବଢ଼ିଯାଉଛି। ବିକଳ୍ପ ମାର୍ଗଗୁଡ଼ିକ ଉଡ଼ାଣ ସମୟରେ ୯୦ ମିନିଟ୍ ପର୍ଯ୍ୟନ୍ତ ଅଧିକ ସମୟ ଲାଗୁଛି, ଫଳରେ ଘଣ୍ଟା ପ୍ରତି ପ୍ରାୟ ୬ ହଜାର ଡଲାର ଖର୍ଚ୍ଚ ବୃଦ୍ଧି ବଢୁଛି।

ରେମିଟେନ୍ସ ବାଧାପ୍ରାପ୍ତ ହେଉଛି

ସଂଯୁକ୍ତ ଆରବ ଏମିରେଟ୍ସରେ, ୬୦ ପ୍ରତିଶତରୁ ଅଧିକ ପ୍ରବାସୀ ଶ୍ରମିକ ପ୍ରତିମାସରେ ୧,୩୬୦ ଡଲାରୁ କମ୍ ରୋଜଗାର କରନ୍ତି। ଏହି ଶ୍ରେଣୀରେ ନିର୍ମାଣ ଶ୍ରମିକ, ଡ୍ରାଇଭର ଏବଂ ଘରୋଇ ଶ୍ରମିକ ସାମିଲ ଅଛନ୍ତି। ଏମାନେ ବିଦେଶରୁ ଟଙ୍କା ଆୟ କରି ପରିବାର ପୋଷନ୍ତି। ଉପସାଗରୀୟ ଶ୍ରମିକମାନଙ୍କ ଠାରୁ ପଠାଯାଉଥିବା ଟଙ୍କା ଅନେକ ଦେଶ ପାଇଁ ଏକ ପ୍ରମୁଖ ଆର୍ଥିକ ଜୀବନରେଖା ହୋଇଥାଏ।
ଉପସାଗରରେ ଭାରତୀୟ ଶ୍ରମିକମାନେ ବାର୍ଷିକ ପ୍ରାୟ ୪୯ ବିଲିୟନ ଡଲାର ଘରକୁ ପଠାଉ ଥିବା ବେଳେ ସାଉଦି ଆରବ ଏବଂ ୟୁଏଇରେ ପାକିସ୍ତାନୀ ଶ୍ରମିକମାନେ ୧୭ ବିଲିୟନ ଡଲାରରୁ ଅଧିକ ମୁଦ୍ରା ଟ୍ରାଞ୍ଜାକ୍ସନ କରନ୍ତି। ଏହି ଅଞ୍ଚଳରେ ବାଂଲାଦେଶୀ ଶ୍ରମିକମାନେ ପ୍ରତିବର୍ଷ ପ୍ରାୟ ୧୧ ବିଲିୟନ ଡଲାର ଟ୍ରାଞ୍ଜାକ୍ସନ କରିଥାନ୍ତି। ଉପସାଗର ବିମାନ ଚଳାଚଳ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଗଲେ ଏହା ଗଭୀର ଭାବରେ ବାଧାପ୍ରାପ୍ତ ହୋଇଥାଏ। ଏହାର ପରିଣାମ ହଜାର ହଜାର ମାଇଲ ଦୂରରେ ଥିବା ପରିବାରଗୁଡ଼ିକ ଉପରେ ପଡ଼େ। ପରିବାର ଲୋକ ଟଙ୍କା ପାଇଁ ଅପେକ୍ଷା କରିଥିବା ବେଳେ ସେମାନଙ୍କ ପାଖରେ ଟଙ୍କା ପହଞ୍ଚିପାରେନି।