କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ : ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୋଲିସ

NEWS7
quick-commerce-platforms-flouting-fdi-norms-competition-law-alleges-cait

କେନ୍ଦୁଝର ୧୮।୧୨: ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନର ମୃତ୍ୟୁ ମାମଲାରେ ବନ୍ଧାହେଲେ ପୁରୁଷ ବନ୍ଧୁ ।  କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକାଙ୍କର ତାଙ୍କ ପୁରୁଷ ବନ୍ଧୁଙ୍କ ଘରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ରଙ୍କ ନାମରେ  ହତ୍ୟା ଅଭିଯୋଗ ଆଣି ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

​​​​​​​

ସୂଚନାଯୋଗ୍ୟ ଯେ, କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ । ମୃତ ଅଧ୍ୟାପିକାଙ୍କ ଘର ବାଲେଶ୍ବର ଜିଲ୍ଲାରେ ବୋଲି ଜଣାପଡିଥିଲା । ପୁରୁଷ ବନ୍ଧୁ ଜଣଙ୍କ ଅଧ୍ୟାପିକାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ତାଙ୍କର ମୃତ୍ୟୁ ହୋଇଥିବା ଖବର ଦେଇଥିଲେ । ଏମିତିକି ଅଧ୍ୟାପିକାଙ୍କ ମୃତଦେହକୁ ପୋଷ୍ଟମର୍ଟମ ରୁମ୍‌ ନିକଟରେ ଛାଡ଼ି ଦେଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ମୃତ ଅଧ୍ୟାପିକାଙ୍କ ବେକରେ ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ଛାନଭିନ୍‌ ଚଳାଇଛି ପୋଲିସ ।