LIVE TV

ସରିଲା କାର୍ତ୍ତିକ ମାସ, ପୁରୀରୁ ଘରକୁ ଫେରିଲେ ହବିଷ୍ୟାଳୀ

NEWS7
prime-minister-modi-and-kejriwal-are-two-sides-of-the-same-coin-said-kharge

ପୁରୀ ୦୬।୧୧ : ସରିଛି କାର୍ତ୍ତିକ ମାସ । ପ୍ରାୟ ଏକ ମାସ ଧରି ପୁରୀର ବିଭିନ୍ନ ମଠ, ଧର୍ମଶାଳା ଓ ସରକାରୀ ହବିଷ୍ୟାଳୀ ଶିବିରରେ ରହି ହବିଷ୍ୟବ୍ରତ ପାଳନ କରୁଥିବା ହବିଷ୍ୟାଳୀମାନେ ନିଜ ନିଜ ଘରକୁ ଫେରୁଛନ୍ତି । ବୁଧବାର ଦିନ ସମସ୍ତ ହବିଷ୍ୟାଳୀ ନିଜ ନିଜ ଘର ଅଭିମୁଖେ ବାହୁଡ଼ିଛନ୍ତି । ଘର, ସଂସାର, ଲୋଭ, ମୋହ, ମାୟ ସବୁ କିଛି ଛାଡ଼ି ଏକାଠି ହୋଇ ଦୀର୍ଘ ଏକମାସ କାଳ ହବିଷ୍ୟବ୍ରତ ପାଳନ ସହ ରାଇଦାମୋଦର ପୂଜା କରିଥିଲେ ହବିଷ୍ୟାଳୀ । କାଳିଆ ସାଆନ୍ତ ବଞ୍ଚେଇକି ରଖିଲେ ଆରବର୍ଷକୁ ପୁଣି ଥରେ ପୁରୀ ଆସି ହବିଷ୍ୟବ୍ରତ ପାଳନ କରିବେ ବୋଲି କହିଛନ୍ତି ବ୍ରତଧାରିଣୀ ।