News7 Logo

ରାଜରାସ୍ତାକୁ ଓହ୍ଲାଇବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଆସନ୍ତା ୨୦ରେ ଏକାଠି ହେବେ ୭୦ହଜାର ଶିକ୍ଷକ

NEWS7
Teacher

ଭୁବନେଶ୍ବର ୧୪।୯: ପୁଣି ରାଜରାସ୍ତାକୁ ଓହ୍ଲାଇବେ ଶିକ୍ଷକ । ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହେବେ ପାଖାପାଖି ୭୦ ହଜାର ପ୍ରାଥମିକ ଶିକ୍ଷକ । ବିଭିନ୍ନ ଦାବି ନେଇ ବିଶେଷ କରି ପ୍ରାଥମିକ ଶିକ୍ଷାରୁ ସ୍କିମଟିକ ଉଠିବା ବିଜ୍ଞପ୍ତି ପ୍ରକାଶ କରିବା, ଲେଭେଲ ଭି ଏ ଶିକ୍ଷକ ମାନଙ୍କୁ କେନ୍ଦ୍ର ହାର ଅନୁଯାୟୀ ଗ୍ରେଡ୍ ପେ’ ୪୨୦୦ ଟଙ୍କା ଓ ଓଟିଇଟି ପରୀକ୍ଷାକୁ ବାତିଲ କରିବା, ପୁରୁଣା ପେନସନ ଲାଗୁ କରିବା ସହ ଶିକ୍ଷକ ମାନଙ୍କ ପାଇଁ ବୀମା ଲାଗୁ କରିବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ପୂର୍ବରୁ ସରକାରଙ୍କୁ ଏ ବିଷୟରେ ଦାବି ଦେଇଥିଲେ ମଧ୍ୟ ଏହା ପୂରଣ ନ ହୋଇଥିବାରୁ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସଂଘ ସୂଚନା ଦେଇଛି ।