ଭୁବନେଶ୍ୱର ୨୭।୧୧ : ରାଜଭବନରେ ରାଷ୍ଟ୍ରପତି । ଗୁରୁବାର ଦିନ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ଏହାପରେ ସେଠାରୁ ସ୍ୱତନ୍ତ୍ର କାର୍‌କେଡ୍‌ ଜରିଆରେ ରାଜଭବନକୁ ଯାଇଛନ୍ତି । କିଛି ସମୟର ବିଶ୍ରାମ ପରେ ରାଷ୍ଟ୍ରପତି ଓଡ଼ିଶା ବିଧାନସଭାକୁ ଅଭିମୁଖେ ଗସ୍ତ କରିବେ। ସେଠାରେ ବିଧାନସଭା ଶୀତକାଳୀନ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି।  

ସୂଚନାଯୋଗ୍ୟ ଯେ, ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବତନ ସଦସ୍ୟ ସ୍ବର୍ଗତ ହେମେନ୍ଦ୍ର ପ୍ରସାଦ ମହାପାତ୍ର, ପୂର୍ବତନ ସଦସ୍ୟ ସ୍ବର୍ଗତ କୃଷ୍ଣଚନ୍ଦ୍ର ମଲ୍ଲିକ, ଓଡ଼ିଶା ପୋଲିସର ପୂର୍ବତନ କନେଷ୍ଟବଳ, ସ୍ବର୍ଗତ ସରୋଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ସମର୍ଥନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ।