ଗାଁରେ ୧୫ ବର୍ଷ ହେଲା ବେଆଇନ ମଦ ଦୋକାନ ଚଳାଉଥିଲା ମାଫିଆ; ଏମିତି ମିଳିଲା ଶାସ୍ତି

NEWS7
president-murmu-to-visit-maha-kumbh-today

ସାକ୍ଷୀଗୋପାଳ: ଆକ୍ସନ ମୁଡରେ ସତ୍ୟବାଦୀ ପ୍ରଶାସନ। ଚୋରା ମଦ ବେପାରୀ ପ୍ରଦୀପ ଭୋଇକୁ ଗିରଫ କରିବା ସହିତ ବେଆଇନ ଘର ଉପରେ ଚାଲିଲା ବୁଲଡୋଜର। ସତ୍ୟବାଦୀ ରାୟ ଚକ୍ରଧରପୁର ଶାସନ ଗ୍ରାମରେ ପ୍ରଦୀପ ଭୋଇ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବେଆଇନ ମଦ ଦୋକାନ ଚଳାଉଥିଲେ। ଏନେଇ ଗ୍ରାମବାସୀମାନେ ବାରମ୍ବାର ବିରୋଧ କରିବା ସହ ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ବି କରିଥିଲେ। ଯାହାକୁ ନେଇ ପୋଲିସ ତାକୁ ଗିରଫ କରିବା ସହିତ ସରକାରୀ ଜମିରେ ଥିବା ତା’ର ବେଆଇନ ଘରକୁ ଉଛେଦ କରିଛି।

ପ୍ରଦୀପ ସରକାରୀ ଜାଗାରେ ମଦଦୋକାନ ଖୋଲିଥିଲା। ତା' ବିରୁଦ୍ଧରେ ଉଚ୍ଛେଦ ମାମଲା ହୋଇଥିଲା। ତାକୁ ନୋଟିସ୍ କରିବା ସହିତ ଏଭଳି ନ କରିବା ପାଇଁ ଚେତାବନୀ ଦିଆଯାଇଥିଲା। ହେଲେ ନୋଟିସ ପିରିୟଡ ଓଭର ହୋଇଯିବା ପରେ ବି ପ୍ରଦୀପ ତା’ ବେଆଇନ ବ୍ୟବସାୟ ଜାରି ରଖିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ ଗତ ଦୁଇ ଦିନ ତଳେ ପ୍ରଦୀକୁ ଗିରଫ କରି ନେଇଯାଇଥିଲା। ତାକୁ କୋର୍ଟ ଫରୱାର୍ଡ ବି କରାଯାଇଛି। ଆଉ ଶୁକ୍ରବାର ପୁଲିସ ବୁଲ୍ଡୋଜର ସହ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପର ଦୋକାନ ଓ ଆଡ୍ଡାକୁ ଉଚ୍ଛେଦ କରିଛି। ଏନେଇ ଅତିରିକ୍ତ ତହସିଲଦାର କହିଛନ୍ତି ଯେଉଁମାନେ ବେଆଇନ ମଦଦୋକାନ କରିବେ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି କାର୍ଯ୍ୟାନୁଷ୍ଠାନ ପରେ ଯେଉଁମାନେ ଏଭଳି ବେଆଇନ ମଦ ଦୋକାନ କରିବେ ସେମାନେ ସତର୍କ ହେବେ ବୋଲି ସେ କହିଛନ୍ତି।

​​​​​​​