ଆଇନଜୀବୀ ପୀତବାସ ହତ୍ୟା ମାମଲା, କମିଟମେଣ୍ଟ ପାଇଁ କୋର୍ଟରେ ହାଜର ହେବେ ଅଭିଯୁକ୍ତ

NEWS7
preparations-for-cyclone--dana-police-deployment-on-beaches

ବ୍ରହ୍ମପୁର ୧୯/୦୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ଆଇନଜୀବୀ ମଦନ ଦଳାଇ, ପୂର୍ବତନ ମେୟର ପିଣ୍ଡୁ ଦାଶ, ସୁନୀଲ କୁମାର ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର, ଶିଶୁପାଳ କୁମାର ପାଶୱାନ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନଙ୍କ ସମେତ ମୋଟ ୧୬ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ସୋମବାର କୋର୍ଟରେ ଏହି ମାମଲାର କମିଟମେଣ୍ଟ ହେବାକୁ ଥିବାବେଳେ ସମସ୍ତ ଅଭିଯୁକ୍ତ ହାଜର ହେବେ ବୋଲି ସୂଚନା ମିଳିଛି ।୨୦୨୫ ମସିହା ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ତାଙ୍କ ବୈକୁଣ୍ଠନଗର ସ୍ଥିତ ରାତିରେ ବାସଭବନ ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଡୁଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରିଥିଲା ।

ବର୍ତ୍ତମାନ ୧୫ଜଣ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଓ ପିଣ୍ଡୁ ଦାଶ ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି। ମାମଲାର ତଦନ୍ତ ଜାରି ରହିଛି। କମିଟମେଣ୍ଟ ପରେ ଆଗାମୀ ଦିନରେ ପୁଲିସ ପକ୍ଷରୁ ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରାଯିବ। ତାହାପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜପ୍ରେମ କରାଯାଇ ମାମଲାର ବିଚାରଣା ଆରମ୍ଭ ହେବ ବୋଲି ଜଣାପଡିଛି।