LIVE TV

ହସ୍ପିଟାଲରେ ଅମାନବୀୟ ବ୍ୟବହାର , ଯନ୍ତ୍ରଣାରେ ଛଟପଟ ମହିଳା ଡାକ୍ତରଖାନା ଚଟାଣରେ କଲେ ପିଲା ଜନ୍ମ

NEWS7
pregnant woman

ନୂଆଦିଲ୍ଲୀ : ହରିଦ୍ଵାରର ଏକ ହସ୍ପିଟାଲରେ ମାନବିକତାକୁ ଲଜ୍ଜିତ କଲା ଭଳି ଘଟଣା ଘଟିଛି। ହସ୍ପିଟାଲର କର୍ମଚାରୀମାନେ ଜଣେ ଗର୍ଭବତୀଙ୍କୁ ଭର୍ତ୍ତି କରିବାକୁ ମନା କରି ଦେଇଥିଲେ, ତାଙ୍କୁ ହସ୍ପିଟାଲର ଚଟାଣରେ ପ୍ରସବ କରିବାକୁ ବାଧ୍ୟ କରି ଥିଲେ। ଘଟଣାର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଯନ୍ତ୍ରଣାରେ ଛଟପଟ ହେଉ ଥ‌ିବାର ଦେଖିବାକୁ ମିଳୁଛି। ଏହାକୁ ଧ୍ୟାନକୁ ନେଇ ମହିଳା କମିଶନ ଘଟଣାର ତଦନ୍ତ କରିଛି।

ରିପୋର୍ଟ ଅନୁସାରେ, ମହିଳା ଜଣକ ଏକ ଗରିବ ପରିବାରର। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ବ୍ରହ୍ମପୁରୀର ବାସିନ୍ଦା ଏହି ଗର୍ଭବତୀ ମହିଳା ମଙ୍ଗଳବାର ରାତି ସମୟ ପାଖାପାଖି  ୯.୩୦ ରେ ଜିଲ୍ଲା ମହିଳା ହସ୍ପିଟାଲରେ ପହଞ୍ଚି ଥିଲେ। ଅଭିଯୋଗ ଅନୁସାରେ, ମହିଳା ଡାକ୍ତରଙ୍କ ଅବହେଳା ଏବଂ ଅମାନବୀୟ ଆଚରଣ ଯୋଗୁଁ ମହିଳାଙ୍କୁ ସଠିକ୍‌ ସମୟ ଭିତରେ ପ୍ରସବ ଗୃହକୁ ନିଆ ଯାଇ ନଥିଲା । ଫଳରେ  ଗର୍ଭବତୀ ମହିଳା ଜଣକ ଫ୍ଲୋରରେ ହିଁ ପ୍ରସବ କରି ଥିଲେ।

ପରିବାର ତାଙ୍କ ସହ ଆସି ଥିବା ଆଶା କର୍ମୀ ଅଭିଯୋଗ କରିଛନ୍ତି ଯେ , ଡ୍ୟୁଟିରେ ଥିବା ଡାକ୍ତର, ଡକ୍ଟର ସୋନାଲି, ଯିଏକି ଜଣେ ଚୁକ୍ତିଭିତ୍ତିଡାକ୍ତର, ମହିଳାଙ୍କୁ ଭର୍ତ୍ତି କରିବାକୁ ସିଧାସଳଖ ମନା କରି ଦେଇ ଥିଲେ, କାରଣ ସେ କହିଥିଲେ ଯେ ହସ୍ପିଟାଲରେ ପ୍ରସବ ହୁଏ ନାହିଁ।

ହରିଦ୍ୱାର ମହିଳା କମିଶନର ଅଧ୍ୟକ୍ଷା କୁସୁମ କଣ୍ଡୱାଲ କହିଛନ୍ତି ଯେ, ଜଣେ ଗର୍ଭବତୀ ମହିଳାଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। କମିଶନ ସିଏମଓ ଆରକେ ସିଂହ କମଲ ଯୋଶୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତଦନ୍ତ ପରେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଭବିଷ୍ୟତରେ ଯେମିତି ଏପରି ଘଟଣା ନଘଟେ, ସେଥିପାଇଁ କମିଶନ ସିଏମଓ ପ୍ରତିଶ୍ରୁତି ଦେଇଛନ୍ତି।