ବାଲିଯାତ୍ରା ୨୦୨୫
LIVE TV

ସୋସିଆଲ ମିଡ଼ିଆରେ ଅପପ୍ରଚାର କରୁଛି ବିଜେଡି, CEOଙ୍କ ନିକଟରେ ଫେରାଦ ହେଲା ବିଜେପି

NEWS7
pregnant-lady-carried-on-cot-for-about-2-km-in-nabarangpur

ଭୁବନେଶ୍ୱର ୦୯।୧୧ : ନୂଆପଡ଼ା ଉପନିର୍ବାଚନ। ରବିବାର ସଂଧ୍ୟାରେ ସରୁଛି ଉପନିର୍ବାଚନ ପାଇଁ ପ୍ରଚାର। ବଢୁଛି ଆରୋପ ପ୍ରତ୍ୟୋରପ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବଢୁଛି ଅଭିଯୋଗ। ବିଭିନ୍ନ ଅଭିଯୋଗ ଆଣି ସିଇଓଙ୍କ ନିକଟରେ ଫେରାଦ ହେଉଛନ୍ତି ଶାସକ ବିଜେପି ଓ ବିରୋଧୀ ବିଜେଡି।

ରବିବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି ପ୍ରତିନିଧି ମଣ୍ଡଳ। ନୂଆପଡ଼ା ଉପନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲିକପ୍ଟରରୁ ଓହ୍ଲାଇବା ବେଳେ ତଳେ ହାମୁଡ଼ି ପଡିଥିଲେ । ଯାହାକୁ ଏକ AI ଜେନେରେଟ୍‌ ଫଟୋ ବିରୋଧୀଙ୍କ ଦ୍ୱାରା ସୋସିଆଲ୍‌ ମିଡିଓରେ ସେୟାର କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ଏଆଇ ଜରିଆରେ ଉପହାର କରୁଛି ବିଜେଡି। ତାଙ୍କ ମିଥ୍ୟା ଭିଡିଓକୁ ବିଜେଡି ସୋସିଆଲ୍‌ ମିଡିଆରେ ସେୟାର କରୁଥିବାର ଅଭିଯୋଗ କରିଛି ବିଜେପି । ନୂଆପଡ଼ା ଉପନିର୍ବାଚନକୁ ପ୍ରଭାବିତ କରିବାକୁ ବିଜେଡି ଏପରି କରୁଛି ବୋଲି ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସାଇବର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି ।