ଚଣ୍ଡିଖୋଲ: ଯାଜପୁର ପୋଲିସ ଉପରେ ବର୍ଷିଲେ ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇ ପଡିଥିବା ବେଳେ ଧର୍ମଶାଳା ଥାନାରେ ମହିଳା ASI ଅସୁରକ୍ଷିତ ହୋଇ ପଡିଛନ୍ତି। କିଛି ଦିନ ପୂର୍ବରୁ ଧର୍ମଶାଳା ଥାନାକୁ କିଛି ଲୋକ ଆସି ଥାନାରେ କାର୍ଯ୍ୟରତ ମହିଳା ASI ଙ୍କୁ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଏ ନେଇ ASI ଥାନା ରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିନି।
ପୋଲିସ ପୋଲିସକୁ ନ୍ୟାୟ ଦେବାରେ ବିଫଳ ହୋଇଛି। କାହା ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ତାକୁ ନେଇ ପ୍ରଶ୍ନ ଉଠାଇଚନ୍ତି ଧର୍ମଶାଳା ପୂର୍ବତନ ବିଧାୟକ। ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ଜଣେ ସମର୍ଥକଙ୍କୁ ବିନା କାରଣରେ ଗତକାଲି ବଡ଼ଚଣା ପୋଲିସ ଉଠାଇ ଆଣି ପରେ ଛାଡି ଦେଇଥିଲା। ଏ ନେଇ ପୂର୍ବତନ ବିଧାୟକ ମଧ୍ୟ ବିଳମ୍ବିତ ରାତିରେ ବଡ଼ଚଣା ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
Also read: IAS ସ୍ତରରେ ପୁଣି ଅଦଳବଦଳ, ରାଜେଶ ପ୍ରଭାକର ପାଟିଲ୍ ହେଲେ ସମବାୟ ସଚିବ; ୯ ସ୍ଥାନରେ ଉପଜିଲ୍ଲାପାଳ ନିଯୁକ୍ତ
ଗୋଟିଏ ପଟେ ଧର୍ମଶାଳା ଥାନାରେ ମହିଳା ASIଙ୍କ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ବେଳେ ଅନ୍ୟ ପଟେ ବିନା କାରଣରେ ପୋଲିସ ଲୋକଙ୍କୁ ଉଠାଇ ନେଉଛି ଯାହାକି ପୋଲିସର ଦୋମୁହାଁ ନୀତି କୁ ପଦାରେ ପକାଇଛି ବୋଲି କହିଛନ୍ତି ପ୍ରଣବ। ଯାଜପୁର ଏସପିଙ୍କୁ ଭଗବାନ ସଦବୁଦ୍ଧି ଓ ସାହସ ଦିଅନ୍ତୁ ଯେମିତି ସେ ତାଙ୍କ କାର୍ଯ୍ୟ ଠିକ ସେ କରି ପାରିବେ ବୋଲି ପ୍ରଣବ କହିଛନ୍ତି।