ଭୁବନେଶ୍ଵର: କେବଳ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀ ନୁହନ୍ତି ଏଣିକି ବିରୋଧୀ ଦଳର ବିଧାୟକମାନଙ୍କୁ ମଧ୍ୟ ଭେଟିବେ ରାଜ୍ୟପାଳ । ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ କାମ କରିବାର ଏହି ନୂଆ ତରିକାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ପ୍ରୋଟୋକଲ ପରିଧି ଭିତରୁ ବାହାରି ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଭେଟି ବିଭାଗର ବିକାଶ ମୂଳକ କାମ କିଭଳି ଚାଲିଛି ତାର ତର୍ଜମା କରୁଛନ୍ତି । ରାଜ୍ୟପାଳଙ୍କ ଏଭିଳି ଆଭିମୁଖ୍ୟକୁ ସ୍ବାଗତ କରିଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ବିରୋଧୀ କହିଛନ୍ତି, ରାଜ୍ୟର ଭଲ ପାଇଁ ବିକାଶକୁ ତ୍ବରାନ୍ବିତ କରିବା ଦିଗରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଆମେ ମଧ୍ୟ ରାଜ୍ୟପାଳଙ୍କ ଆଗରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ସିଧା ସଳଖ ରଖିବାର ସୁଯୋଗ ପାଇବୁ ବୋଲି କହିଛନ୍ତି ବିରୋଧୀ ।
Also read: IAS ସ୍ତରରେ ପୁଣି ଅଦଳବଦଳ, ରାଜେଶ ପ୍ରଭାକର ପାଟିଲ୍ ହେଲେ ସମବାୟ ସଚିବ; ୯ ସ୍ଥାନରେ ଉପଜିଲ୍ଲାପାଳ ନିଯୁକ୍ତ
ରାଜଭବନରେ ନୁହେଁ ଗ୍ରାଉଣ୍ଡ ଜିରୋରେ ସରକାରଙ୍କ କାମ ଉପରେ ରାଜ୍ୟପାଳଙ୍କ ନଜର ।ପ୍ରୋଟୋକଲ ପରିଧି ବାହାରକୁ ଆସି ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ରାଜ୍ୟପାଳ । କଥା ଏତିକିରେ ଅଟକି ନାହିଁ । ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ଠାରୁ ସମୟ ନେଇ ରାଜ୍ୟପାଳ ନିଜେ ସେମାନଙ୍କ ବାସଭବନକୁ ଯାଇ ବିଭାଗର ବିକାଶ ମୂଳକ କାମ କିଭଳି ଚାଲିଛି ତାର ତର୍ଜମା କରୁଛନ୍ତି । କୁହାଯାଉଛି ଆଗକୁ ଏହା ବ୍ୟାପକ ହେବ । ଏହା ପରେ ରାଜ୍ୟପାଳ ସମସ୍ତ ବିଧାୟକଙ୍କୁ ଭେଟିବେ । ଏହାବାଦ୍ ବିରୋଧୀ ଦଳର ବିଭିନ୍ନ ନେତୃତ୍ବଙ୍କୁ ମଧ୍ୟ ଭେଟିବେ ରାଜ୍ୟପାଳ ।
ଠି ପ୍ରଶ୍ନ ଉଠୁଛି ରାଜ୍ୟପାଳ କାହିଁକି ରାଜଭବନ ବାହାରକୁ ଆସି ବିଭିନ୍ନ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ଭେଟୁଛନ୍ତି ? ଏହା ପଛରେ କିଛି ବଡ ଏଜେଣ୍ଡା ଅଛି କି ? ସୂଚନା ଅନୁସାରେ ରାଜ୍ୟପାଳଙ୍କ ଏଭଳି ଭୂମିକା ପଛରେ ସରକାରୀ କାମ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତା’ର ତଦାରଖ କରିବା ମୁଖ୍ୟ ଲକ୍ଷ୍ୟ । ଏହାଛଡ଼ା ସରକାର ଓ ଲୋକଙ୍କ ଭିତରେ ଥିବା ଦୂରତା ଯେଭଳି କମ୍ ହେବ ତାକୁ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ରାଜ୍ୟପାଳ । ସେଥିପାଇଁ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ କିଭଳି ପହଞ୍ଚୁଛି ତାହା ପ୍ରତ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଛନ୍ତି ରାଜ୍ୟପାଳ।
ରାଜ୍ୟପାଳଙ୍କ ଏଭଳି ପରିବର୍ତ୍ତିତ ଭାବମୂର୍ତ୍ତିକୁ ବିରୋଧୀ ମଧ୍ୟ ସ୍ବାଗତ କରିଛନ୍ତି । ବିଜେଡି କହିଛି, ଯଦି ରାଜ୍ୟପାଳ ବିରୋଧୀ ନେତାଙ୍କୁ ଭେଟିବେ, ତାହେଲେ ଭଲ କଥା । ରାଜ୍ୟର ଭଲ ପାଇଁ ବିକାଶକୁ ତ୍ବରାନ୍ବିତ କରିବା ଦିଗରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ବ୍ରିଟିଶରାଜ ବ୍ୟବସ୍ଥାରୁ ବାହାରି ରାଜ୍ୟପାଳ ଲୋକଙ୍କୁ ଭେଟିବା ସହ ବିରୋଧୀ ନେତାଙ୍କୁ ଭେଟିବା ଏକ ଭଲ ପରମ୍ପରା । କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କ ଏଭଳି ଭୂମିକାକୁ ସ୍ବାଗତ କରିଛି ।
ବିରୋଧୀଙ୍କ ସହ ଓାନ୍ ଟୁ ଓାନ୍ ଭେଟିଲେ ରାଜ୍ୟର ସମସ୍ୟା ରାଜ୍ୟପାଳଙ୍କୁ ସିଧାସଳଖ ଜଣାଇ ହେବ ବୋଲି କହିଛି କଂଗ୍ରେସ । ରାଜ୍ୟପାଳ ସମୟ ଦେଲେ କଂଗ୍ରେସ ରାଜ୍ୟ ସ୍ବାର୍ଥ ସମ୍ବଳିତ କଥା ତାଙ୍କ ଆଗରେ ରଖିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା । ରାଜ୍ୟପାଳ ପ୍ରୋଟକଲ ଭାଙ୍ଗି ଲୋକଙ୍କ ସହ ମିଶିଲେ ପ୍ରଶାସନ ଚଳଚଞ୍ଚଳ ହେବ । ଏହାଦ୍ବାରା ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ହେବ, ଆଉ ଲୋକେ ଏଥିରୁ ଫାଇଦା ପାଇବେ ।