IAS ସ୍ତରରେ ପୁଣି ଅଦଳବଦଳ, ରାଜେଶ ପ୍ରଭାକର ପାଟିଲ୍ ହେଲେ ସମବାୟ ସଚିବ; ୯ ସ୍ଥାନରେ ଉପଜିଲ୍ଲାପାଳ ନିଯୁକ୍ତ

Published By : Prameya-News7 Bureau | July 24, 2025 IST

ଭୁବନେଶ୍ୱର: ତିନି ଦିନ ଭିତରେ ରାଜ୍ୟ ସରକାର ପୁଣି ଥରେ ପ୍ରଶାସନିକ ସ୍ତରରେ ଅଦଳବଦଳ ସହ ନୂଆ ନିଯୁକ୍ତି ଦେଇଛନ୍ତି । ୪ ଆଇଏଏସଙ୍କ ବଦଳି କରାଯାଇଥିବା ବେଳେ ୨୦୨୩ ବ୍ୟାଚର ୯ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଗୁରୁବାର ସଂଧ୍ୟାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଥିଲେ । ୪୯ ଆଇଏଏସ୍ ଅଫିସରଙ୍କ ବିଭାଗ ଓ ଜିଲ୍ଲା ବଦଳାଇଥିଲେ ।

୨୦୦୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ବିଏମସିର ପୂର୍ବତନ କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ବିଭାଗର କମିଶନର ଏବଂ ସଚିବ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ଆଇଏଏସ୍ କେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ନିଯୁକ୍ତ କରାଯାଇଛି । ପୂର୍ବରୁ ସେ ଏହି ବିଭାଗର ନିର୍ଦ୍ଦେଶକ ଥିଲେ । ଆଇଏଏସ୍ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ଦ୍ରବ୍ୟ ବିଭାଗର ନିର୍ଦ୍ଦେଶକ କରାଯାଇଛି । ଆଇଏଏସ୍ ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରୋମସନ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କରାଯାଇଛି ।

ଅନ୍ୟପଟେ ୨୦୨୩ ବ୍ୟାଚ୍‌ର ଆଇଏଏସ୍ ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ନିଯୁକ୍ତ ଦେଇଛନ୍ତି ସରକାର ।

ପ୍ରେକ୍ଷା ଅଗ୍ରୱାଲ- ଧର୍ମଗଡ଼ ଉପଜିଲ୍ଲାପାଳ

ପ୍ରଣତୀ ଦାସ- ବାଲିଗୁଡ଼ା ଉପଜିଲ୍ଲାପାଳ

କସ୍ତୁରୀ ପଣ୍ଡା- ପଞ୍ଚପୀର, କରଞ୍ଜିଆ ଉପଜିଲ୍ଲାପାଳ

ଅଭିଶେକ ଦୀଲିପ ଦୁଧଳ- ଗୁଣୁପୁର ଉପଜିଲ୍ଲାପାଳ

ଅସନୀ ଏ ଏଲ୍- ନବରଙ୍ଗପୁର ଉପଜିଲ୍ଲାପାଳ

ସି ସରଭାନନ୍- କୁଚିଣ୍ଡା ଉପଜିଲ୍ଲାପାଳ

ତେଜସ୍ୱିନୀ ବେହେରା-ସୁନ୍ଦରଗଡ଼ ଉପଜିଲ୍ଲାପାଳ

ଶିବ ମାଲଭିୟ- ଆନନ୍ଦପୁର ଉପଜିଲ୍ଲାପାଳ

ଅବିନାଶ କୁମାର- ବ୍ରହ୍ମପୁର ଉପଜିଲ୍ଲାପାଳ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.