ମୁମ୍ୱାଇ : ବିଗ୍ ବସ୍-୧୯କୁ ନେଇ ଏହି ସମୟରେ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଏକ୍ସାଇଟମେଣ୍ଟ ଲାଗି ରହିଛି। ସଲମାନ ଖାନଙ୍କ ଦ୍ୱାରା ହୋଷ୍ଟ କରାଯାଇ ଥିବା ଏହି କଣ୍ଟ୍ରୋଭର୍ସିଆଲ ଶୋ’ କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ବିଗ୍ ବସ୍-୧୯ରେ ଅଂଶ ଗ୍ରହଣ କରିବାକୁ ନେଇ ଏବେସୁଦ୍ଧା ଅନେକ ନାମ ସାମ୍ନାକୁ ଆସି ସାରିଛି। ଏଥିରେ ଏବେ ଉକ୍ତ ଶୋ’ରେ ଆଉ ଏକ ବଡ଼ ନାଁ ଯୋଡ଼ିଛି। ଶୋ’ରେ ବଲିଉଡ୍ର ପ୍ରସିଦ୍ଧ ସିଙ୍ଗର, ମ୍ୟୁଜିକ୍ ଡାଇରେକ୍ଟର ତଥା କମ୍ପୋଜରଙ୍କର ଏଣ୍ଟ୍ରି ନେଇ ସ୍ପଷ୍ଟ କରାଯାଇଛି। ନିକଟରେ ଏହି ସିଙ୍ଗର ନିଜ ପରିବାର ସହ ସଂପର୍କ ଭାଙ୍ଗିବାକୁ ନେଇ ଖୁବ୍ ବିବାଦରେ ରହି ଥିଲେ। ଆସନ୍ତୁ ଜାଣିବା ସେହି ପ୍ରସିଦ୍ଧ ବ୍ୟକ୍ତି ଜଣଙ୍କ କିଏ –
ସଲମାନ ଖାନଙ୍କ ଶୋ’ ବିଗବସ୍-୧୯ରେ ଏଣ୍ଟ୍ରି ନେଇଥିବା ବଲିଉଡ୍ର ପ୍ରସିଦ୍ଧ ସିଙ୍ଗର, ମ୍ୟୁଜିକ୍ ଡାଇରେକ୍ଟର ତଥା କମ୍ପୋଜର ଆଉ କିଏ ନୁହନ୍ତି , ସେ ହେଉଛନ୍ତି , ଅମାଲ ମଲିକ୍। ବିଗ୍ ବସ୍ର ସଦ୍ୟ ଖବର ଦେଉଥିବା biggboss.tazakhabar ର ରିପୋର୍ଟ ଅନୁସାରେ , ଅମାଲ ମଲିକ୍ଙ୍କୁ ଶୋ’ ପାଇଁ ଆପ୍ରୋଚ୍ କରାଯାଇ ଥିଲା। କେବଳ ଏତିକି ନୁହେଁ, ତାଙ୍କର ଏଣ୍ଟ୍ରିକୁ ନେଇ ପ୍ରାୟ ସ୍ପଷ୍ଟ ହୋଇ ସାରି ଥିଲା କୁହାଯାଉଛି। ଅମାଲଙ୍କ ଚ୍ୟାନେଲ ଓ ପ୍ରଡକ୍ସନ ହାଉସ୍ ସହ କଥାବାର୍ତ୍ତା ଚାଲିଛି। ଏହାସହ ଏହା ମଧ୍ୟ ସୂଚନା ସାମନାକୁ ଆସୁଛି ଯେ, ଯଦି ଆବଶ୍ୟକ ପଡେ , ତ ସେ ଲାଷ୍ଟ ମିନିଟ୍ରେ ଶୋ’ରୁ ବ୍ୟାକ୍ ଆଉଟ୍ କରି ପାରନ୍ତି। କୁହାଯାଉଛି ଯେ, ଶୋ ସହ ଜଡ଼ିତ ଫର୍ମାଲିଟିଜ୍ ମଧ୍ୟ ସିଙ୍ଗର ଆରମ୍ଭ କରି ଦେଇଛନ୍ତି। ହେଲେ ଏବେସୁଦ୍ଧା ଏହି କଣ୍ଟ୍ରାକ୍ଟ ସାଇନ୍ ହୋଇଛି ନା ନାହିଁ ? ଏହାକୁ ନେଇ ଅଫିସିଆଲି ସୂଚନା ସାମ୍ନାକୁ ଆସି ନାହିଁ।
କହି ରଖୁଛୁ କି, ଅମାଲ ମଲିକ୍ ଗତ କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ନିଜେ କ୍ଲିନିକାଲ ଡିପ୍ରେସନରେ ଥିବାର ଖୁଲାସା କରିଥିଲେ। ଏହାସହ ସେ ନିଜର ଏହି ପରିସ୍ଥିତି ପାଇଁ ନିଜ ପରିବାରକୁ ଦାୟୀ କରାଇଥିଲେ। ଅମାଲ ସୋସିଆଲ ମିଡ଼ିଆରେ ଏହା ମଧ୍ୟ ଘୋଷଣା କରିଥିଲେ ଯେ, ତାଙ୍କର ତାଙ୍କ ପରିବାର ସହ କୌଣସି ସଂପର୍କ ରହିବ ନାହିଁ। ସେ ସବୁ ସମ୍ୱନ୍ଧକୁ କେବଳ ପ୍ରଫେସନାଲ ରଖିବେ। ହେଲେ , ପରେ ଅମାଲ ସେହି ପୋଷ୍ଟକୁ ଡିଲିଟ୍ କରିଦେଇ ଥିଲେ।
ବିଗ୍ ବସ୍-୧୯ ପ୍ରତିଯୋଗୀଙ୍କ ତାଲକା କଥା ଯଦି କହିବା ତ ଅମାଲ ମଲିକ୍ଙ୍କ ବ୍ୟତୀତ , ଧୀରଜ ଧୂପର , ଶ୍ରଦ୍ଧା ଆର୍ଯ୍ୟା, ଅରଶଫା ଖାନଙ୍କ ବ୍ୟତୀତ ଗୌରବ ଖାନ୍ନା , ଲକ୍ଷ୍ୟ ଚୌଧୁରୀ , ଡିନୋ ଜେମ୍ସ, ସୁନ୍ଦୂସ୍ ମୌଫକିର , ମମତା କୁଲକର୍ଣ୍ଣି , ମୁନମୁନ ଦତ୍ତା , ଅପୂର୍ବା ମଖିଜା , ରାଜ କୁନ୍ଦ୍ରା, ରାମ କପୁର , ଗୌତମୀ କପୁର, ମୁନ ବନର୍ଜୀ ,ଶଶାଙ୍କ ବ୍ୟାସ, ଅରହାନ ଅନସାରୀ , ଖୁସୀ ଦୁବେ , ନୀଲ ମୋଟୱାନି , ଶରଦ ମାଲହୋତ୍ରା , ଧନଶ୍ରୀ ବର୍ମା ଓ ହୁନର ହାଲିଙ୍କ ନାଁ ସାମ୍ନାକୁ ଆସି ସାରିଛି। କହି ରଖୁଛୁ କି, ଏହି ରିଆଲିଟି ଶୋ ଚଳିତ ବର୍ଷ ଜୁଲାଇ, ୨୦୨୫ରୁ ଆରମ୍ଭ ହେବ।