ଭୁବନେଶ୍ୱର ୨୪/୦୯: ଶ୍ରୀମୟୀ ମିଶ୍ରଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, "ନିର୍ବାଚନ ବିଷୟରେ ନିୟମ କଣ ଆମେ ତାଙ୍କଠୁ ଶିଖିବୁ? ଏମିତି କେତେ ଆସିବେ କେତେ ଯିବେ । ଯିଏ ବିଶୃଙ୍ଖଳା କରିବ ସେ ବିଦା ହେବ । ସିଏ ମାଡାମ କଣ କି ? ସେଭଳି ଲୋକ କେତେ ଅଛନ୍ତି ଆମ ଦଳରେ । ଜଣକ ପାଇଁ ଏତେ ଚର୍ଚ୍ଚା କାହିଁକି ? ତାଙ୍କୁ କେହି ବ୍ୟବହାର କରିନାହାନ୍ତି, ସିଏ ଦଳକୁ ବ୍ୟବହାର କରିଛନ୍ତି । ସେ କହୁଛନ୍ତି ଦଳରେ ନାହାଁନ୍ତି ତାହାଲେ ଦଳରେ କ୍ଷମତା କେମିତି ଉପଭୋଗ କରୁଥିଲେ । ଦଳ କ୍ଷମତାରୁ ଗଲା ପରେ ତାଙ୍କୁ ଆହୁରି କ୍ଷମତା ଦରକାର ଥିଲା ।  ନବୀନ ବାବୁ ଆଗରୁ ତାଙ୍କ ପାଇଁ ଭଲ ଥିଲେ ଏବେ କଣ ହେଲା ଖରାପ ହେଇଗଲେ ? ଶ୍ରୀମୟୀଙ୍କ ପ୍ରତି କୌଣସି ଅନ୍ୟାୟ ହୋଇନି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । 

ସେପଟେ ସୋସିଆଲ ମିଡିଆରେ ବିଜେଡିକୁ ଟାର୍ଟେଟ କରିଛନ୍ତି ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ। ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍। ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଗଣତନ୍ତ୍ରର ଅପମାନ..........

​​​​​​​

ସୂଚନା ଥାଉକି, ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଶ୍ରୀମୟୀ । ନିକଟରେ ସୋସିଆଲ ମିଡିଆ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ଧୃତରାଷ୍ଟ୍ର ଓ ଭଣ୍ତ ସନ୍ନ୍ୟାସୀ ଟିପ୍ପଣୀ ଦେବା ପ୍ରସଙ୍ଗରେ ତାଙ୍କ ଉପରେ ଆକ୍ସନ ହୋଇଛି । ନିକଟରେ ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗି ପଡ଼ିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ଉପାଖ୍ୟାନ ପରେ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ । ଏହା ପରେ ଆକ୍ସନ ନେଇଥିଲା ବିଜେଡି ।