ଭଦ୍ରକ ୨୮।୫: ଭଦ୍ରକରେ ବିଜେଡିକୁ ଶକ୍ତ ଧକ୍କା । ବିଜୁ ଜନତା ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ବ୍ୟକ୍ତିଗତ କାରଣ ପାଇଁ ସେ ବିଜେଡି ଛାଡ଼ିଥିବା କହିଛନ୍ତି । ବିଜେଡି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।
ବିଜେଡି ଛାଡିବା ପରେ ପ୍ରୟାସକାନ୍ତି କହିଛନ୍ତି, କୌଣସି ଦଳରେ ନ ରହି ଲୋକଙ୍କ ସେବା ଜାରି ରହିବ । ବର୍ତ୍ତମାନ ପାଇଁ ଅନ୍ୟ ପାର୍ଟିକୁ ଯିବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ । କିନ୍ତୁ ସମୟ କହିବ କେଉଁ ଦଳକୁ ଯିବି । ମୋର କମ୍ ବୟସରେ ବିଜେଡି ମୋତେ ସୁଯୋଗ ଦେଇଛି । ବାପା ଓ ଭାଇ ରାଜନୀତିରେ ଅଛନ୍ତି । ଦଳ ଛାଡ଼ିବା ନେଇ ବାପା ପ୍ରଫୁଲ୍ଲ ସାମଲଙ୍କୁ ଅବଗତ କରିନାହିଁ । କିନ୍ତୁ ବିଜେଡି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛି । ଖୁବ୍ଶୀଘ୍ର ଏନେଇ ବାପାଙ୍କୁ ଜଣେଇବି ବୋଲି ସେ କହିଛନ୍ତି । ଦଳରୁ ଅବସର ନେବା ପରେ ଲୋକଙ୍କ ପାଇଁ କାମ କରିବା ଜାରି ରଖିବେ ବୋଲି ପ୍ରୟାସକାନ୍ତି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ୨୦୦୧ ମସିହାରୁ ପ୍ରୟାସକାନ୍ତି ବିଜେଡି ଦଳରେ ସାମିଲ ଥିଲେ । ୨୦୦୩ ମସିହାରେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ପଦରେ ଥିଲେ ପ୍ରୟାସକାନ୍ତି । ପୂର୍ବରୁ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ସେ ଦାୟିତ୍ବ ତୁଲାଇଥିଲେ ।
You Can Read:
ଦିବ୍ୟାଙ୍ଗ ଦମ୍ପତିଙ୍କୁ ୭ ଦିନ ମଧ୍ୟରେ ବିବାହ ସହାୟତା ରାଶି ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ