‘ଲକ୍ଷପତି ଦିଦି’କୁ ନେଇ ବିଜେଡିର ପ୍ରଶ୍ନବାଣ, କେଉଁ ଆଧାରରେ କାହାକୁ କୁହାଯାଉଛି ଲକ୍ଷପତି ଦିଦି ?

Published By : Prameya-News7 Bureau | May 29, 2025 IST

ଭୁବନେଶ୍ଵର: ଲକ୍ଷପତି ଦିଦିକୁ ନେଇ ବିଜେଡିର ପ୍ରଶ୍ନବାଣ। ମିଛ କହିବାରେ ବିଜେପି ପାର୍ଟି ଓ ବିଜେପି ସରକାର ଅଭ୍ୟସ୍ତ। ବିଜେପି ସରକାର ଆସିବା ଦିନଠୁ, ମିଥ୍ୟା, ଅସତ୍ୟ ଓ ଅର୍ଦ୍ଧସତ୍ୟ ଉପରେ ଚାଲିଛି। ମିଥ୍ୟା କହି ୫ ବର୍ଷ ପାରି ହେବାକୁ ଚାଁହୁଛି ବିଜେପି। ବିଜେଡି ସରକାର ଯାହା କରିଛନ୍ତି ସେଥିରେ ପାରି ହେବାକୁ ବିଜେପି ଚେଷ୍ଟା କରୁଛି। ବିଜେପି ସରକାର ମହିଳା ସଶକ୍ତିକରଣ ରେ ଓଡିଶା ଦେଶରେ ଏକ ନମ୍ବର ବୋଲି ମିଛ କହି ମହିଳଙ୍କୁ ଠକୁଛନ୍ତି। ବିଜେଡି ପ୍ରଶ୍ନ କିଏ ଲକ୍ଷପତି ଦିଦି..? କେଉଁ ଆଧାରରେ ଆପଣ କାହାକୁ ଲକ୍ଷପତି ଦିଦି ବୋଲି କହୁଛନ୍ତି। କିଏ ଲକ୍ଷପତି ଦିଦି ହୋଇପାରିବେ ସେନେଇ ସ୍ପଷ୍ଟତା ନାହିଁ। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ସରାକର ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। 

ସେ କହିଛନ୍ତି, ଆପଣଙ୍କ ପାଖରେ କୌଣସି ଗାଇଡଲାଇନ ନାହିଁ କିମ୍ବା କାଲକୁଲେଟର ନାହିଁ। ବିଜେପି କେବଳ କାହାଣୀ ଶୁଣାଉଛି ଲକ୍ଷପତି ଦିଦି ଉପରେ। କେଉଁ ଆଧାରରେ ଏମାନେ ଲକ୍ଷପତି ଦିଦି ? ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ମାନଙ୍କୁ ଯଦି ଲକ୍ଷପତି ଦିଦି ବୋଲି ୧୬ ଲକ୍ଷ ମହିଳାଙ୍କୁ କହୁଛନ୍ତି ତାହେଲେ ସେମାନଙ୍କୁ ତ 50ହଜାର ଟଙ୍କା ଆସିବ ତାହେଲେ ସେମାନେ ଲକ୍ଷପତି ହେଲେ କେମିତି। ଏମାନେ କେଉଁଠୁ ବାହାରି ସିଧା ଲକ୍ଷପତି ହୋଇଗଲେଣି। ଭାରତସରକାରଙ୍କ ଗାଇଡଲାଇନ ଆସିଛି ଯେ ଓଡିଶାରେ ୧୬ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ହେଲେ କେଉଁ ଆଧାରରେ କରାଯିବ କେମିତି ହେବ ତାହା ସ୍ପଷ୍ଟ କରନ୍ତୁ। ଏମିତି କହି ଦେଲେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ। ଯଦି ଓଡିଶାର ମହିଳା ଲକ୍ଷପତି ଦିଦି ତେବେ ସେମାନଙ୍କ ରୋଜଗାର ଏକ ଲକ୍ଷ ଟଙ୍କା ରୁ ଅଧିକ ହୋଇଥିବା। 

ମାସକୁ ୧୧ ହଜାର ଟଙ୍କା ହେଉଛି, ତାହେଲେ ଏମାନେ ଲକ୍ଷପତି ଦିଦି ହେଲେ କେମିତି ? ବିଜେପି ସରକାର ଓଡିଶା ମଡେଲକୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଏହା ମୋହନ ମଡେଲ ନୁହେଁ ବରଂ ଏହା ନବୀନ ମଡେଲ। ଆପଣ ଏହାକୁ ମାନିବାକୁ ନାରାଜ କାରଣ ବହୁତ ଡର ଅଛି ଆପଣଙ୍କର। ମହିଳା ମାନଙ୍କ ପାଇଁ ନବୀନ ବାବୁ ୨୩-୨୪ ମସିହାରେ ଯେଉଁ ବଜେଟ ଆଣିଥିଲେ ତାକୁ ମୋହନ ସରକାର ଆସୁ ଆସୁ ୫୦% କମାଇଦେଲେ। ଏହା ପ୍ରତାରଣା ମହିଳାଙ୍କ ପ୍ରତି। ଯଦି ବଜେଟ କମେଇଲେ ତାହେଲେ ଆପଣ ଲକ୍ଷପତି ହେଉଛନ୍ତି। ଓଡିଶାରେ ୨ କୋଟି ୧୫ ଲକ୍ଷ ମହିଳା ଅଛନ୍ତି ହେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ ଆମେ ୩ କୋଟି ଲକ୍ଷପତି ଦିଦି ତିଆରି କରିବୁ। ଏହା ସମ୍ଭବ କିପରି..? ଏହାର ସ୍ପଷ୍ଟତା ବିଜେପି ସରକାର ଦେବା ଦରକାର ବୋଲି ଲେଖାଶ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.