LIVE TV

ଆଉ ନାହାନ୍ତି ‘ ୟା ଅଲୀ ’ ଗୀତର ଲୋକପ୍ରିୟ ଗାୟକ ଜୁବିନ ଗର୍ଗ, ସ୍କୁବା ଡାଇଭିଂ ବେଳେ ଘଟିଲା ଦୁର୍ଘଟଣା

NEWS7
assam singer zubeen garg

ମୁମ୍ୱାଇ – ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ୫୨ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶୁକ୍ରବାର ସିଙ୍ଗାପୁରରେ ସ୍କୁବା ଡାଇଭିଂ କରିବା ବେଳେ ତାଙ୍କ ସହ ଦୁଃଖଦ ଦୁର୍ଘଟଣା ଘଟିଥିଲା ଏବଂ ସେ ଏହି ଦୁନିଆକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି। କହି ରଖୁଛୁ କି , ଜୁବିନ ଗର୍ଗ ବଲିଉଡ୍ ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ର ସୁପରହିଟ୍ ଗୀତ ‘ୟା ଅଲୀ.. ’ରେ ପୂରା ଦେଶରେ ଲୋକପ୍ରିୟ ହୋଇ ପାରିଥିଲେ।

ଆସାମର କ୍ୟାବିନେଟ୍‌ ମନ୍ତ୍ରୀ ଅଶୋକ ସିଂଘଲ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି , ଆମର ପ୍ରିୟ ଜୁବିନ ଗର୍ଗଙ୍କ ଅସମୟରେ ମୃତ୍ୟୁରେ ଗଭୀର ଦୁଃଖ ପହଞ୍ଚିଛି। ଆସାମ କେବଳ ଏକ ସ୍ୱର ହରାଇ ନାହିଁ, ବରଂ ଏକ ହୃଦୟର ସ୍ପନ୍ଦନ ହରାଇଛି। ଜୁବିନ ଦା କେବଳ ଜଣେ ଗାୟକ ନଥିଲେ , ସେ ଆସାମ ଓ ଦେଶର ଗୌରବ ଥିଲେ, ଯାହାଙ୍କ ଗୀତ ଆମର ସଂସ୍କୃତିକୁ ଦୁନିଆର ପ୍ରତି କୋଣ ଯାଏ ପହଞ୍ଚାଇଛି। ତାଙ୍କର ପରିବାର , ବନ୍ଧୁ ଓ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା  ଈଶ୍ୱର ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କର ଐତିହ୍ୟ ସର୍ବଦା ପ୍ରେରଣା ଦେଉ ଥାଉ। ଓମ୍‌ ଶାନ୍ତି।

ମିଡ଼ିଆ ରିପୋର୍ଟସ୍ ମୁତାବିକ , ଜୁବିନ ଗର୍ଗ ସ୍କୁବା ଡାଇଭିଂ କରୁଥିଲେ, ସେତେବେଳେ ହଠାତ୍‌ ଦୁର୍ଘଟଣା ଘଟିଥିଲା। ପୁଲିସ ତୁରନ୍ତ ତାଙ୍କୁ ସମୁଦ୍ରରୁ ବାହାର କରି ହସ୍ପିଟାଲରେ ପହଞ୍ଚାଇ ଥିଲେ ଏବଂ ଡାକ୍ତରମାନେ ପୂରା ଚେଷ୍ଟା କରିଥିଲେ , କିନ୍ତୁ ତାଙ୍କୁ ବଞ୍ଚାଇ ପାରି ନଥିଲେ।

ଜୁବିନ ଗର୍ଗ ସିଙ୍ଗାପୁର ନର୍ଥ ଇଷ୍ଟ ଫେଷ୍ଟିଭାଲରେ ପ୍ରଦର୍ଶନ କରିବାକୁ ପହଞ୍ଚି ଥିଲେ। କିନ୍ତୁ ଏହା ପୂର୍ବରୁ ହିଁ ଏହି ଅଘଟଣ ଘଟିଗଲା। ତାଙ୍କର ହଠାତ୍‌ ମୃତ୍ୟୁ କେବଳ ତାଙ୍କର ପ୍ରଶଂସକଙ୍କୁ ନୁହେଁ, ପୂରା ଅସମିଆ ସଂପ୍ରଦାୟ ଓ ଭାରତୀୟ ସଙ୍ଗୀତ ଜଗତକୁ ଗଭୀର ଶୋକରେ ପକାଇ ଦେଇଛି।